The Ultimate Managed Hosting Platform
ADVERTISEMENT

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ

Facebook
Twitter
LinkedIn

ଭଦ୍ରକ: ଓବିସିଙ୍କୁ ସରକ୍ଷଣ ଦେବାରେ ସରକାର ଚାଲବାଜି କରିଥିବା ଅଭିଯୋଗରେ ଆଜି ଭଦ୍ରକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି କର୍ମୀ ହଟ୍ଟଗୋଳ କରିଛନ୍ତି । ଏଥି ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ପୋଲିସ ବିଜେପି କର୍ମୀ ମାନଙ୍କୁ ପ୍ରତିରୋଧ କରିଥିଲା । ଫଳରେ ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । କିଛି ସଂଖ୍ୟାରେ ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରି ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।

ତେବେ ଲୋକଙ୍କ ମଧ୍ୟରେ ଜନ ଆକ୍ରୋଶ ପ୍ରବଳ ରହିଛି । ମମିତା ମେହେର ହତ୍ୟା ଘଟଣା ପରେ ସାରା ଓଡ଼ିଶାରେ ବିଜେଡି ସର୍ଭେ କରି ପରଖିଛିି । ଯାହାକି ସଂମ୍ପୂର୍ଣ୍ଣ ଭାବେ ଏ ଜନମତ ବିଜେଡି ବିରୋଧରେ ରହିଛି ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି ।

ସୂଚନାନୁଯାୟୀ, ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସିଟ୍ ସଂରକ୍ଷଣକୁ ନେଇ ଆପତ୍ତି ଉଠାଇଥିଲା ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘ । ସେହି ସିଟ୍ ସଂରକ୍ଷଣରେ ଆଦିବାସୀଙ୍କୁ ଅଣଦେଖା କରିଥିବା ଅଭିଯୋଗ କରି ଏହି ଆନ୍ଦୋଳନ ଡାକରା ଦେଇଥିଲା ସଂଘ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login