ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ଆସିଲା ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ମନ୍ତ୍ରୀଙ୍କ ଲୋକ ଗୋପାଳକୁ ଧମକାଇଥିବା ରିପୋର୍ଟରେ ଉଲ୍ଲେଖ । ମନ୍ତ୍ରୀଙ୍କ ଲୋକ ମନାଜେ ବରିହା ଧମକ ଦେଇଥିଲେ । ଧମକ ପାଇ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ଗୋପାଳ । ପଲିଗ୍ରାଫ ଟେଷ୍ଟରେ ମୋଟ ୨୬ଟି ପ୍ରଶ୍ନ ପଚରାଯାଇଥିଲା । ୧୩ଟି ପ୍ରଶ୍ନର ଉତ୍ତରରେ ହଁ କହିଥିଲା ଗୋପାଳ । ଅନ୍ୟ ୧୩ଟି ପ୍ରଶ୍ନରେ ଗୋପାଳର ଉତ୍ତର ଥିଲା ନା । ମନ୍ତ୍ରୀ ଖପ୍ପା ଥିବା ଉତ୍ତର ପାଇ ଚିନ୍ତାରେ ଥିଲା ଗୋପାଳ । ମନ୍ତ୍ରୀଙ୍କ ଆଡୁ ଜୀବନ ପ୍ରତି ବିପଦ ଆଶଙ୍କା କରୁଥିଲା ଗୋପାଳ ।
Views: 67