କଟକ: ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା। କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ ଦେଲେ ନିର୍ଦ୍ଦେଶ। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ। ୨୦୧୭ ମେ ୨୪ ତାରିଖରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା। ୪୨ ବର୍ଷୀୟ ସୁନିଆ ବେହେରା ୧୬ ବର୍ଷୀୟା ନାବାଳିକାକୁ କରିଥିଲା ଦୁଷ୍କର୍ମ। ପିଡିତାକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ଦିଆଯିବ କ୍ଷତିପୂରଣ। ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି।
Views: 72