ସୋର : ଶିଆଳ କାମୁଡାରେ ୫ ଜଣ ଆହତ । ୫ ଆହତଙ୍କ ମଧ୍ୟରୁ ୩ ଜଣ ଛାତ୍ରଛାତ୍ରୀ । ରହିଛନ୍ତି । ଆହତମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାଲଙ୍ଗ ସ୍କୁଲକୁ ଯିବା ବେଳେ ଶିଆଳ କଲା ଆକ୍ରମଣ । ବାଲେଶ୍ୱର ଜିଲ୍ଲା ସୋର ଡାଲଙ୍ଗ ଗାଁରେ ଏହି ଘଟଣା ଘଟିଛି । ଆଜି ସକାଳେ ଅଙ୍ଗନବାଡି କେନ୍ଦ୍ରରେ ଅଚାନକ ପଶିଥିଲା ଶିଆଳ । ପିଲାମାନଙ୍କ ଉପରେ ଆକ୍ରମଣ କରିଥିଲା । ପିଲାମନଙ୍କର ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ ଗାଁ ଲୋକ । ଅତର୍କିତ ଭାବେ ୨ରୁ ୩ଟି ଶିଆଳ କଲେ ଆକ୍ରମଣ । ଶିଆଳକୁ କାବୁ କଲେ ସ୍ଥାନୀୟ ଲୋକେ ।
Views: 73