ୟୁପି : ସ୍ୱାମୀକୁ ଖଟରେ ବାନ୍ଧି ୫ ଖଣ୍ଡ କରିଛି ସ୍ତ୍ରୀ । ପୋଲିସ ଜାଣିବା ପରେ ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କୁ ପୋଲିସ ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଛି । ରାତିରେ ସ୍ୱାମୀ ଶୋଇଥିବା ବେଳେ ସ୍ୱାମୀକୁ ଖଟରେ ବାନ୍ଧି ଦେଇଥିଲେ । ଏକ ରାଶିରେ ବାନ୍ଧିବା ପରେ କୁରାଢୀରେ ୫ ଖଣ୍ଡ କରି ହାଣିଦେଇଥିଲେ । ଏହାପରେ ଖଣ୍ଡ ବିଖଣ୍ଡିତ ଶରୀରକୁ ବସ୍ତାରେ ପୂରାଇ ଗାଁ ପାଖ ନାଳରେ ଫୋପାଡ଼ି ଦେଇଥିଲେ । ଏମିତି ଘଟଣା ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ।
ଖବର ମୁତାବକ, ଉତ୍ତରପ୍ରଦେଶ ପିଲିଭିତ ଗଜରୌଲା ଥାନାର ଶିବନଗର ଗାଁର ୫୫ ବର୍ଷୀୟ ରାମପାଳ ଖଟରେ ଶୋଇଥିବା ବେଳେ ତାଙ୍କୁ ବାନ୍ଧି ପକାଇଥିଲେ ପତ୍ନୀ । ଏହାପରେ କୁରାଢିରେ ହାଣି ୫ ଖଣ୍ଡ କରିଦେଲେ। ଏହାପରେ ମୃତଦେହକୁ ନେଇ ଗାଁ ପାଖ ନାଳରେ ଫୋପାଡ଼ି ଦେଲେ । ନିଖୋଜ ଥିବା ରାମପାଳଙ୍କୁ ନେଇ ତାଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଖୋଜିବା ଆରମ୍ଭ କରିଥିଲା ।
ରାମପାଳଙ୍କର ନିଜ ପତ୍ନୀ ଦୁଲାରୀ ଦେବୀଙ୍କ ସହ ସମ୍ପର୍କ ଭଲ ନ ଥିଲା। ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ରାମପାଳଙ୍କ ସାଙ୍ଗଙ୍କ ସହ ପତ୍ନୀ ଦୁଲାରୀ ଦେବୀଙ୍କ ଅନୈତିକ ସମ୍ପର୍କ ଥିବା ବେଳେ ସେ କିଛି ଦିନ ହେବ ତାଙ୍କ ସହ ରହୁଥିଲେ। ଦୁଲାରୀ ଦେବୀ ଘରକୁ ଆସିଥିବା ବେଳେ ରାମପାଳଙ୍କ ସହ ଝଗଡା ହୋଇଥିଲା । ବୁଧବାର ରାମପାଳଙ୍କ ନିଖୋଜ ହେବା ନେଇ ଦୁଲାରୀ ଦେବୀ ନିଜ ପୁଅକୁ ଜଣାଇଲେ। ଏହାପରେ ତାଙ୍କ ପୁଅ ଏନେଇ ଥାନାରେ ଅଭିଯୋଗ କରିବାରୁ ପୋଲିସ ତଦନ୍ତ କରି ଦୁଲାରୀ ଦେବୀଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚାରିବାରୁ ସେ ସବୁ ସତ କଥା ମାନି ଯାଇଥିଲେ। ପୋଲିସ ଏହି ମାମଲାରେ ଅଧିକ ତଦନ୍ତ କରୁଛି ।
ଖଟରେ ବାନ୍ଧି ସ୍ୱାମୀକୁ କୁରାଢୀରେ ହାଣିଲା ସ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











