The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ରାଷ୍ଟ୍ରପତି ଭାବେ ଦ୍ରୈାପଦୀ ମୁର୍ମୁଙ୍କ ୧ ବର୍ଷ ପୂର୍ତ୍ତି

Facebook
Twitter
LinkedIn

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭାବେ ଦ୍ରୈାପଦୀ ମୁର୍ମୁଙ୍କ ୧ ବର୍ଷ ପୂର୍ତ୍ତି । ଗତ ବର୍ଷ ଆଜିର ଦିନରେ ରାଷ୍ଟ୍ରପତି ଭାବେ ନେଇଥିଲେ ଶପଥ । ଓଡିଶା ଝିଅ ରାଷ୍ଟ୍ରପତି ହେବା ପରେ ସବୁଠି ହୋଇଥିଲା ଚର୍ଚ୍ଚା । ବର୍ଷକର କାର୍ଯ୍ୟକାଳରେ ୨୬ଟି ରାଜ୍ୟ ଗସ୍ତ କରିଛନ୍ତି ରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କୁ ଶପଥ ପାଠ ସହ ୧୩ ଜଣ ରାଜ୍ୟପାଳଙ୍କୁ ନିଯୁକ୍ତି କରିଛନ୍ତି । ମହାମହିମ ରାଷ୍ଟ୍ରପତି ଦ୍ରୈ÷ାପଦୀ ମୁର୍ମୁଙ୍କ ପାଇଁ ସାରା ଓଡିଶା ଆଜି ଗର୍ବିତ ।


ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପରବେଢ଼ା ଗାଁରେ ଜନ୍ମ ନେଇଥିଲେ ରାଷ୍ଟ୍ରପତି ମୁର୍ମୁ । ଜୀବନରେ ଅନେକ ସଂଘର୍ଷ କରି ନିଜ ନିଷ୍ଠା ବଳରେ ଆଜି ରାଷ୍ଟ୍ରପତି ପଦବୀ ହାସଲ କରିଛନ୍ତି । ତାଙ୍କର ଏହି ସଫଳତାରେ ଓଡ଼ିଶାବାସୀ ବେଶ ଗର୍ବିତ । ୧୯୫୮ ମସିହା ଜୁନ ୨୦ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ଲୋକମାନଙ୍କୁ ସାହାଯ୍ୟ କରିବାରେ ତାଙ୍କର ଆଗ୍ରହ ବହୁତ ଥିଲା । ତାଙ୍କର ଏହି ଆଗ୍ରହକୁ ପୂରା କରିବା ପାଇଁ ସେ ରାଜନୀତିରେ ପାଦ ଥାପିଥିଲେ । ପ୍ରଥମ ନିଜ ଅଞ୍ଚଳର କାଉନସିଲର ହୋଇଥିଲେ । ଧିରେ ଧିରେ ଉପରକୁ ଉପରକୁ ଉଠିଥିଲେ ମହାମହିମ ରାଷ୍ଟ୍ରପତି । କାଉନସିଲର ପରେ ବିଧାୟକ ହୋଇଥିଲେ ପରେ ମନ୍ତ୍ରୀ ପଦ ସମ୍ଭାଳିଥିଲେ । ଲୋକଙ୍କ ପାଇଁ କରୁଥିବା ସେବା ତାଙ୍କୁ ଆଗକୁ ଆଗକୁ ବଢ଼ାଇ ନେଇଥିଲା । ସେ ଝାଡ଼ଖାଣ୍ଡ ରାଜ୍ୟପାଳ ଭାବେ କାର୍ୟ୍ୟଭାର ସମ୍ଭାଳିଥିଲେ ଏବଂ ୨୦୨୨ ଜୁଲାଇ ୨୫ ତାରିଖ ଦିନ ଦେଶର ପନ୍ଦରତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ପ୍ରଥମ ଜନଜାତି ମହିଳା ଭାବେ ରାଷ୍ଟ୍ରପତି ପଦବୀରେ ଦାୟିତ୍ୱ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ ।


ସେ ହେଉଛନ୍ତି ପ୍ରଥମ ଆଦିବାସୀ ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନର ଚାକଚକ୍ୟ ସତ୍ତ୍ୱେ ଅତ୍ୟନ୍ତ ସରଳ ଜୀବନଯାପନ କରନ୍ତି ମହାମହିମ । ସାଧାରଣ ସମ୍ବଲପୁର ଶାଢୀ ପିନ୍ଧନ୍ତି। ରୋଷେଇ ଘରେ ଶୁଦ୍ଧ ଶାକାହାରୀ ଖାଦ୍ୟ ପ୍ରସ୍ତୁତ ହୁଏ। ବିଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ରାତ୍ରି ଭୋଜନରେ ଶୁଦ୍ଧ ଶାକାହାରୀ ଖାଦ୍ୟ ମଧ୍ୟ ପରଷା ଯାଏ। କୌଣସି ଅତିଥି ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ ସେ ଓଡ଼ିଶାର ଛେନାପୋଡ଼ ଓ ଅନ୍ୟ ସୁସ୍ୱାଦୁ ବ୍ୟଞ୍ଜନ ପରଷିବାକୁ ଭୁଲନ୍ତି ନାହିଁ।


ଦ୍ରୌପଦୀ ମୁର୍ମୁ ବ୍ରହ୍ମକୁମାରୀ ସଂସ୍ଥା ସହ ଜଡିତ। ବ୍ରହ୍ମାକୁମାରୀ ସଂସ୍ଥାର ପରମ୍ପରା ଅନୁଯାୟୀ ସେ ନିଜକୁ ପରିଚାଳିତ କରନ୍ତି। ତାଙ୍କର ଏକବର୍ଷ କାର୍ୟ୍ୟକାଳ ସମୟରେ ଇଂରେଜ ଶାସନ କାଳରୁ ରହିଆସିଥିବା ମୋଗଲ ଗାର୍ଡେନ୍ସର ନୂତନ ନାମକରଣ କରାଯାଇ ଅମୃତ ଉଦ୍ୟାନ ରଖାଯାଇଛି। ମହାମହିମ ନିଜେ ଏହି ଉଦ୍ୟାନର ଯତ୍ନ ନିଅନ୍ତି। ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କ ଭାଉଜ ଓ ଝିଅ ରାଷ୍ଟ୍ରପତି ଭବନରେ ରୁହନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login