The Ultimate Managed Hosting Platform
ADVERTISEMENT

ନାଲକୋରେ କ୍ଷତିଗ୍ରସ୍ତ ଜମିହରାଙ୍କ ନିଯୁକ୍ତି ନେଇ ଦାବି

Facebook
Twitter
LinkedIn

ତାଳଚେର : ନାଲକୋ କର୍ତ୍ତୁପକ୍ଷଙ୍କ ମନମାନି । ତାଳଚେର ବ୍ଲକ୍ ଅନ୍ତର୍ଗତ ଗୋବରା, କର୍ଣ୍ଣପୂର୍, ବରଯୋରୋଡା, ଡଅଁରା ଓ ପଦ୍ମାବତି ପୁର ପଞ୍ଚାୟତର ଗ୍ରାମବାସୀ ମାନେ ତାଳଚେର ସୁରକ୍ଷା ମଞ୍ଚ ସହଯୋଗରେ ଆଜି ହାତଟୋଟା ସ୍ଥିତ ଡାକ ବଙ୍ଗଳା ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ର ଆୟୋଜନ କରିଥିଲେ। ଏଥିରେ ନାଲକୋ କମ୍ପାନୀରୁ ବାହାରୁଥିବା ବର୍ଜ୍ୟ ପାଉଁଶ ଗୁଡ଼ିକୁ ନାଲକୋ କର୍ତ୍ତୁପକ୍ଷଙ୍କ ଚଞ୍ଚକତା ଯୋଗଗୁଁ ଏମସିଏଲ ର ଖୋଲା କୋଇଲା ଖଣି ଗୁଡ଼ିକରେ ପାଇପ୍ ଯୋଗେ ନ ଛାଡି ବାରୁ ଏହି କାର୍ୟ୍ୟକୁ ବିରୋଧ କରିଛନ୍ତି। ପୂର୍ବରୁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ହୋଇଥିବା ନିଷ୍ପତି ଅନୁଯାୟୀ ନାଲକୋ ପାଉଁଶ ଭର୍ତି କରିବା ପରେ ତା ଉପରେ ୧୦ ଫୁଟ୍ ମାଟି ପକାଇ ସମତଳ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହା ଠିକ୍ ଭାବେ ପାଲନ କରାଯାଉ ନ ଥିବାରୁ ଉପରୋକ୍ତ ପଂଚାୟତ ବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଇପ୍ ଦ୍ୱାରା କ୍ଷତିଗ୍ରସ୍ତ ଜମି ହରା ୧୫୦ ପରିବାରଙ୍କୁ ନାଲକୋ କମ୍ପାନୀ ଠିକା ରେ ଶ୍ରମିକ ନିଯୁକ୍ତି ଦବ ବୋଲି ରାଜିନାମା ହୋଇଥିବା ବେଳେ ଏର୍ଯ୍ୟନ୍ତ ମାତ୍ର ୮୦ ଜଣଙ୍କୁ ନିଯୁକ୍ତି ଦେଇ ଅବଶିଷ୍ଟ ନିଯୁକ୍ତି ପାଇଁ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛି। ନାଲକୋ ର ଏହି କାର୍ୟ୍ୟ ବିରୋଧ ରେ ପଞ୍ଚାୟତ ବାସୀ ଓ ତାଳଚେର ସୁରକ୍ଷା ମଞ୍ଚ ଗତ ଜୁଲାଇ ୧୩ ତାରିଖ ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନର ସମାଧାନ କରିବା ପରିବର୍ତ୍ତେ ନାଲକୋ ର ବିଏମଏସ ଶ୍ରମିକ ସଂଘଠନ ତାଳଚେର ବିଧାୟକ ବ୍ରଜକିଶୋର୍ ପ୍ରଧାନଙ୍କ ବିରୋଧ ରେ କୁତ୍ସାରଟନା କରୁଛି ଓ ପଞ୍ଚାୟତ ବାସୀଙ୍କ ସମସ୍ୟାକୁ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା ଚଳାଇଛି। ଏଣୁ ପଞ୍ଚାୟତ ବାସୀ କେନ୍ଦ୍ର ସରକାର, ରାଜ୍ୟ ସରକାର, ପ୍ରଶାସନ, ସାଂସଦ ଓ ବିଧାୟକଙ୍କୁ ଏହାର ତୁରନ୍ତ ସମାଧାନ ଲାଗି ଅନୁରୋଧ କରିଛନ୍ତି ଓ ଏହାର ସମାଧାନ ନ ହେଲେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ଜଣାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login