ଭୁବନେଶ୍ୱର : ରେଳ ଧାରଣାରେ ଦମ୍ପତିଙ୍କ ମୃତଦେହ ଠାବ । ବମିଖାଲ ନିକଟ ରେଳ ଧାରଣାରେ ପଡିଛି ମୃତଦେହ । ତେବେ ଦମ୍ପତିଙ୍କ ଘର କଟକରେ ହୋଇଥିବା ବେଳେ ସେ ଭୁବନେଶ୍ୱର ଶାନ୍ତିପଲ୍ଲୀ ବସ୍ତିରେ ରହୁଥିଲେ । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । ଗତକାଲି ବିଳମ୍ବିତ ରାତି ପର୍ୟ୍ୟନ୍ତ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଘଟଣାସ୍ଥଳରେ ରେଳବାଇ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Views: 65