ଭଦ୍ରକ : ସନେ୍ଦହଜନକ ଅବସ୍ଥାରେ ମା ପୁଅଙ୍କ ମୃତଦେହ ଉଦ୍ଧାର । ଭଣ୍ଡାରୀପୋଖରୀ କୁଶଗୁଡିଆ ଗାଁରେ ଭଡା ଘରୁ ମୃତଦେହ ଉଦ୍ଧାର । ପାରିବାରିକ କଳହରୁ ସ୍ତ୍ରୀ ସହ ୫ ବର୍ଷୀୟ ପୁଅକୁ ହତ୍ୟା ସନେ୍ଦହ । ସ୍ୱାମୀକୁ ଅଟକ ରଖି ଭଣ୍ଡାରପୋଖରୀ ପୋଲିସର ତଦନ୍ତ । ପାରିବାରିକ କଳହରୁ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି ବାପା । ମୃତକମାନେ ହେଲେ ସ୍ତ୍ରୀ କାଞ୍ଚନ ନାୟକ ଓ ପୁଅ ଉତ୍ପଳ ନାୟକ । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଉମେଶ ନାୟକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ଅନୁଯାୟୀ ଭଣ୍ଡାରୀପୋଖରୀ ଥାନା ବନ୍ତ ଅଞ୍ଚଳର ଉମେଶ ସ୍ତ୍ରୀ ଓ ପୁଅକୁ ଧରି କୁଶଗଡ଼ିଆ ଗାଁରେ ରହୁଥିଲା । ଉମେଶ ମଦ୍ୟ ପାନ କରୁଥିବାରୁ ବିଭିନ୍ନ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀ କାଞ୍ଚନ ଓ ପୁଅ ଉତ୍ପଳକୁ ଶୋଇଥିବା ବେଳେ ତଣ୍ଟି ଚିପି ହତ୍ୟା କରିବା ପରେ ଫେରାର ହୋଇ ଯାଇଥିଲା ଉମେଶ । ପରେ ଅଭିଯୁକ୍ତ କୁ କାବୁ କରି ସ୍ଥାନୀୟ ଲୋକ ପୋଲିସ ଜିମା ଦେଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଉମେଶ ନାୟକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ସ୍ତ୍ରୀ , ପୁଅକୁ ହତ୍ୟା କଲା ସ୍ୱାମୀ !

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...