ଭୁବନେଶ୍ୱର : ସରକାରଙ୍କୁ ଡ୍ରାଇଭର ମହାସଂଘର ଚେତାବନୀ । ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଡ୍ରାଇଭର ମହାସଂଘ । ବୋର୍ଡ ଗଠନ ନ ହେବା ନେଇ ତାତିଲା ମହାସଂଘ । ଷ୍ଟିୟରିଂ ଛାଡ ଆନେ୍ଦାଳନ ପରେ ପ୍ରତିଶ୍ରୁତି ମିଳିଥିଲା । ବାରମ୍ବାର ଦାବି ପରେ ବି ବୋର୍ଡ ଗଠନ ହେଉନି । ମାସେ ମଧ୍ୟରେ ବୋର୍ଡ ଗଠନ ହେବ କହିଥିଲେ । ବୀମା ଘୋଷଣା ହେଲେ ବି ସୁଫଳ ମିଳୁନି । ୩୦ ସୁଦ୍ଧା ନିଷ୍ପତ୍ତି ନ ନେଲେ ପୁଣି ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ । ଦରକାର ପଡିଲେ ବିରୋଧୀଙ୍କ ସହ ମିଶିବୁ । ଦରକାର ହେଲେ ଡ୍ରାଇଭର ଏକତା ମହାମଞ୍ଚ ରାଜନୀତି କରିବ । ୩୦ ଭିତରେ ସରକାରଙ୍କୁ ପ୍ରତିଶ୍ରୁତି ପାଳନ ପାଇଁ ସଂଘ ସଭାପତିଙ୍କ ଦାବି । ସରକାର ଲିଖିତ ପ୍ରତିଶ୍ରୁତି ଦେଲେ , କିନ୍ତୁ ଏବେ ସମୟ ଗଡାଉଛନ୍ତି । ମହାସଂଘ ଯେଉଁ ନିଷ୍ପତ୍ତି ନେବ ସରକାର ସେଥିପାଇଁ ଦାୟୀ ରହିବେ । ବୀମା ପାଇଁ ସରକାର କହିଥିଲେ କି ବୋର୍ଡ ନ ଥିବାରୁ କାମରେ ଲାଗୁନି ।
Views: 74