ଭୁବନେଶ୍ୱର : ସିବିଏସଇ ସ୍କୁଲରେ ଓଡିଆ ସହ ଅନ୍ୟ ଆଞ୍ଚଳିକ ଭାଷାରେ ପଢାଯିବ ପାଠ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ୍ୟକ୍ରମରେ ଓଡିଆରେ ପଢାଯିବ । ଓଡିଆ ଭାଷାରେ ପାଠପଢା ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା । ଆଞ୍ଚଳିକ ଭାଷାରେ ପାଠପଢା ନେଇ କାଲି ସିବିଏସଇ ସର୍କୁଲାର କରିଛି । ଏଣିକି ପିଲାମାନେ ଇଂରାଜୀ , ହିନ୍ଦୀ ମିଡିୟମ ସହ ଓଡିଆରେ ବି ପଢିବେ । ଯେଉଁ ପିଲାମାନେ ଚାହିଁବେ ଓଡିଆରେ ପଢିବାକୁ , ସ୍କୁଲ ବ୍ୟବସ୍ଥା କରିବ । ପିଲାମାନେ କିଭଳି ସହଜରେ ପାଠକୁ ବୁଝିବେ , ସେଥିପାଇଁ ଏ ବ୍ୟବସ୍ଥା । ସିବିଏସଇ ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢା ଯିବ ।
Views: 91