ନୂଆଦିଲ୍ଲୀ : ଧୁମ୍ରପାନ ମୁକ୍ତ ଦେଶ ଭାବରେ ଆଉ ପାଦେ ଆଗକୁ ବଢୁଛି ହଙ୍ଗକଙ୍ଗ । ଏଠାରେ ଆଇନ କାନୁନକୁ କଡାକଡି କରିବା ଅପେକ୍ଷା ଏଠାକାର ସରକାର ଏବଂ ପ୍ରଶାସନ ଯେଉଁଭଳି ଭାବେ ନିଷ୍ପତ୍ତି ନେଉଛନ୍ତି ତାହାର ଚର୍ଚ୍ଚା ଏବେ ପୁରା ଦୁନିଆରେ ହେଉଛି । ଦେଶର ସ୍ୱାସ୍ଥ୍ୟମନ୍ତ୍ରାଳୟ ଜନସାଧାରଣଙ୍କୁ ଅପିଲ କରିଛି ଯେ ସର୍ବସାଧାରଣ ସ୍ଥାନରେ ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କୁ ଘୃଣା ଦୃଷ୍ଟିରେ ଦେଖନ୍ତୁ । ଏଭଳି ନିଷ୍ପତ୍ତି ନେବା ପଛରେ ସରକାରଙ୍କ କହିବା କଥା ହେଲା ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କୁ ଘୃଣା ନଜରରେ ଦେଖିବା ଦ୍ୱାରା ସେମାନେ ଭାବିବେ କି ସେମାନେ ବହୁତ ବଡ ଭୁଲ କରୁଛନ୍ତି । ଏହା ଦ୍ୱାରା ସର୍ବସାଧାରଣରେ ଏପରି କେହି ବି କରିବେ ନାହିଁ । ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କ କହିବା ଅନୁଯାୟୀ , ସିଗାରେଟ ସମସ୍ତଙ୍କ ଶରୀର ପାଇଁ ହାନୀକାରକ । ସିଗାରେଟର ଧୁଆଁ ସେମାନଙ୍କୁ ମଧ୍ୟ କ୍ଷତି ପହଁଚାଏ ଯେଉଁମାନେ ସିଗାରେଟ ପାନ ନ କରନ୍ତି ମଧ୍ୟ ।
ବିଧାନ ପରିଷଦର ସର୍ଭିସ ପ୍ୟାନେଲର ଏକ ବୈଠକରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି କି , ଯଦି ସମସ୍ତେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ ଘୃଣା ଦୃଷ୍ଟିରେ ଦେଖିବେ ତେବେ ସେହି ବ୍ୟକ୍ତି କୈାଣସି ରିଆକ୍ସନ ଦେଇ ପାରିବେ ନାହିଁ । ତାଙ୍କର କହିବା ଅନୁଯାୟୀ , ଏହି ନିଷ୍ପତ୍ତି ଫଳରେ ସିଗାରେଟ ପାନ କରୁଥିବା ବ୍ୟକ୍ତି ଙ୍କୁ ଘୃଣା ନଜରରେ ଦେଖିବା ଦ୍ୱାରା ସମାଜରେ ନନ୍ ସ୍ମୋକିଙ୍ଗ କଲଚର ବଢିବ ।
ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଜନସାଧାରଣ ନେବେ ଆକ୍ସନ, ସରକାର ଆଣିଲେ ଏପରି ବ୍ୟବସ୍ଥା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











