ନୂଆଦିଲ୍ଲୀ : ଧୁମ୍ରପାନ ମୁକ୍ତ ଦେଶ ଭାବରେ ଆଉ ପାଦେ ଆଗକୁ ବଢୁଛି ହଙ୍ଗକଙ୍ଗ । ଏଠାରେ ଆଇନ କାନୁନକୁ କଡାକଡି କରିବା ଅପେକ୍ଷା ଏଠାକାର ସରକାର ଏବଂ ପ୍ରଶାସନ ଯେଉଁଭଳି ଭାବେ ନିଷ୍ପତ୍ତି ନେଉଛନ୍ତି ତାହାର ଚର୍ଚ୍ଚା ଏବେ ପୁରା ଦୁନିଆରେ ହେଉଛି । ଦେଶର ସ୍ୱାସ୍ଥ୍ୟମନ୍ତ୍ରାଳୟ ଜନସାଧାରଣଙ୍କୁ ଅପିଲ କରିଛି ଯେ ସର୍ବସାଧାରଣ ସ୍ଥାନରେ ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କୁ ଘୃଣା ଦୃଷ୍ଟିରେ ଦେଖନ୍ତୁ । ଏଭଳି ନିଷ୍ପତ୍ତି ନେବା ପଛରେ ସରକାରଙ୍କ କହିବା କଥା ହେଲା ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କୁ ଘୃଣା ନଜରରେ ଦେଖିବା ଦ୍ୱାରା ସେମାନେ ଭାବିବେ କି ସେମାନେ ବହୁତ ବଡ ଭୁଲ କରୁଛନ୍ତି । ଏହା ଦ୍ୱାରା ସର୍ବସାଧାରଣରେ ଏପରି କେହି ବି କରିବେ ନାହିଁ । ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କ କହିବା ଅନୁଯାୟୀ , ସିଗାରେଟ ସମସ୍ତଙ୍କ ଶରୀର ପାଇଁ ହାନୀକାରକ । ସିଗାରେଟର ଧୁଆଁ ସେମାନଙ୍କୁ ମଧ୍ୟ କ୍ଷତି ପହଁଚାଏ ଯେଉଁମାନେ ସିଗାରେଟ ପାନ ନ କରନ୍ତି ମଧ୍ୟ ।
ବିଧାନ ପରିଷଦର ସର୍ଭିସ ପ୍ୟାନେଲର ଏକ ବୈଠକରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି କି , ଯଦି ସମସ୍ତେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ ଘୃଣା ଦୃଷ୍ଟିରେ ଦେଖିବେ ତେବେ ସେହି ବ୍ୟକ୍ତି କୈାଣସି ରିଆକ୍ସନ ଦେଇ ପାରିବେ ନାହିଁ । ତାଙ୍କର କହିବା ଅନୁଯାୟୀ , ଏହି ନିଷ୍ପତ୍ତି ଫଳରେ ସିଗାରେଟ ପାନ କରୁଥିବା ବ୍ୟକ୍ତି ଙ୍କୁ ଘୃଣା ନଜରରେ ଦେଖିବା ଦ୍ୱାରା ସମାଜରେ ନନ୍ ସ୍ମୋକିଙ୍ଗ କଲଚର ବଢିବ ।
ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଜନସାଧାରଣ ନେବେ ଆକ୍ସନ, ସରକାର ଆଣିଲେ ଏପରି ବ୍ୟବସ୍ଥା

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...