ସମ୍ବଲପୁର : ଆସନ୍ତା ୨୩ ତାରିଖରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢୁଛି । ତେଣୁ ବନ୍ୟାଜଳ ଚାଡିବା ନେଇ ଡ୍ୟାମ କର୍ତ୍ତୁପକ୍ଷଙ୍କ ସୂଚନା । ଏ ନେଇ ଜନସାଧାରଣଙ୍କୁ ଆଗୁଆ ସତର୍କ କଲେ ଡ୍ୟାମ କର୍ତ୍ତୁପକ୍ଷ । ଏଥିଯୋଗୁଁ ମହାନଦୀ ଓ ଶାଖାନଦୀରେ ଜଳସ୍ତର ବୃଦ୍ଧି ପାଇବ ।
ସେପଟେ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ସକାଳ ୯ଟା ସୁଦ୍ଧା ଜଳସ୍ତର ୬୧୧.୨୭ ଫୁଟ । ଜଳଭଣ୍ଡାରକୁ ପ୍ରବେଶ କରୁଛି ୧ ଲକ୍ଷ ୩୨ ହଜାର ୫୬୫ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୪୦ ହଜାର ୨୮୨ କ୍ୟୁସେକ ଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ହୀରାକୁଦର ଜଳସ୍ତର ।
Views: 77