The Ultimate Managed Hosting Platform
ADVERTISEMENT

ଆନ୍ତା ୧୦ରୁ ବୁଷ୍ଟର ଡୁଜ୍ ଅରମ୍ଭ; ପ୍ରଥମ ପର୍ଯ୍ୟାୟରେ ନେବେ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ୍ ଯୋଦ୍ଧା

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନର ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ସଂକ୍ରମଣ ଆଗକୁ ଆହୁରି ବଢ଼ିବାପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ତେଣୁ ଏହାକୁ ନଜରରେ ରଖି ଆସନ୍ତା ୧୦ ତାରିଖ ଠାରୁ ରାଜ୍ୟରେ ଆରମ୍ଭ ହେବ ବୁଷ୍ଟର ଡୁଜ୍ ଟିକା କରଣ । ପ୍ରାଥମିକ ପର୍ଯ୍ୟାୟରେ ବରିଷ୍ଠ ନାଗରୀକଙ୍କ ସହ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ୍ ଯୋଦ୍ଧାମାନଙ୍କୁ ଏହି ବୁଷ୍ଟର ଡୁଜ୍ ଦିଆଜିବ । କେନ୍ଦ୍ର ସରକାରଙ୍କ ନିସ୍ପତ୍ତି ଅନୁଯାୟୀ, ଯିଏ ଯେଉଁ ଟିକା ନେଇଥିଲେ, ସେମାନେ ବୁଷ୍ଟର ଡୁଜରେ ମଧ୍ୟ ସେହି ଟିକା ହିଁ ନେବେ । ଯେଉଁମାନେ ୨ଟି ଯାକ ଟିକା ନେଇସାରିଛନ୍ତି, ସେମାନେ ବୁଷ୍ଟର ଡୁଜ୍ ନେବା ପାଇଁ ନିଜର ମୋବାଇଲ ନମ୍ବର ଦେବା ପରେ ନିଜର ପୁରୁଣା ତଥ୍ୟ ଦେଖାଇ ଏହି ଡୁଜ୍ ନେଇପାରିବେ ବୋଲି ସୂଚନା ରହିଛି ।

ତେବେ ଓମିକ୍ରନ ଚିହ୍ନଟ ପାଇଁ କିଛିଦିନ ତଳେ ନୂଆ କିଟ୍ ବ୍ୟବହାର ନେଇ ଡିସିଜିଆଇ ଅନୁମୋଦନ ଦେଇଛନ୍ତି । ତେଣୁ ଏହି ନୁଆ କିଟ୍ ଆଣିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ଓମିକ୍ରନର ସିଭିୟରିଟି ଦେଖା ଦେଇନାହିଁ । ଆଉ ଯଦି ବଢ଼େ, ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ସମସ୍ତ ବ୍ୟବସ୍ଥା କରାଯାଇଛି ।

ରାଜ୍ୟରେ ଟିକାକରଣ ସର୍ଭେଲାନ୍ସ ଜାରି ରହିଥିବା ବେଳେ, ରାଜ୍ୟରେ ଆହୁରି ୨୭ ଳକ୍ଷ ଲୋକ ପ୍ରଥମ ଡୁଜ୍ ଟିକା ନେଇ ନଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେହିପରି ୨୬ ଲକ୍ଷ ଲୋକ ପ୍ରଥମ ଡୁଜ୍ ନେବା ପରେ ଦ୍ୱିତୀୟ ଡୁଜ୍ ନେଇନାହାନ୍ତିି । ସେମାନଙ୍କୁ ଯଥାଶିଘ୍ର ଟିକାକରଣ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଡ଼ାକ୍ତର ପାଣିଗ୍ରାହୀ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login