ଭୁବନେଶ୍ୱର :ଦଶମ ଶ୍ରେଣୀର ନିଖୋଜ ୨ ଛାତ୍ର ଟିଟିଲାଗଡରୁ ଠାବ । ନିଶାସକ୍ତ ଅବସ୍ଥାରେ ୨ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ସୂଚନା । ଟିଟିଲାଗଡ ଯାଉଛନ୍ତି ୨ ନିଖୋଜ ଛାତ୍ରଙ୍କ ପରିବାର ଓ ପୋଲିସ ଟିମ । କାଲି ଚନ୍ଦକା ସ୍ଥିତ ଏକ ଘରୋଇ ସ୍କୁଲ ନିକଟରୁ ନିଖୋଜ ହୋଇଥିଲେ ।
୨ ଜଣ ହେଲେ ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାର । ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳରେ ୨ ଛାତ୍ର ନିଖୋଜ । ଗତକାଲି ସକାଳୁ ସ୍କୁଲ ଆସି ଉଭୟ ଘରକୁ ଫେରି ନ ଥିଲେ । ଉଭୟଙ୍କ ବୟସ ୧୫ ବର୍ଷ । ଭୁବନେଶ୍ୱର ଚନ୍ଦକା ଥାନାରେ ଏ ନେଇ ଅଭିଯୋଗ କରିଥିଲେ ଅଭିଭାବକ । ପରିବାରର ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।
Views: 79