The Ultimate Managed Hosting Platform
ADVERTISEMENT

ଓମିକ୍ରନକୁ ଚିହ୍ନିବାରେ ଅକ୍ଷମ ଆଣ୍ଟିଜେନ୍ ଟେଷ୍ଟ

Facebook
Twitter
LinkedIn

ଅମେରିକା: ନୂଆ ଭାରିଆଣ୍ଟ ଓମିକ୍ରନକୁ ଚିହ୍ନିବାରେ ଅକ୍ଷମ ହୋଇଛି ଆର୍ଟିଜେନ୍ ଟେଷ୍ଟ । ନ୍ୟୁୟର୍କ ଟାଇମସରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି । ଯାହାକି ଗତ ଡିସେମ୍ବରରେ ୫ଟି ସ୍ଥାନରେ ପ୍ରାୟ ୩୦ ଜଣକୁ ନେଇ ଏକ ପରୀକ୍ଷା କରାଯାଇଥିଲା । ଏମାନଙ୍କ ଠାରୁ ନାକରୁ ସ୍ୱାବ୍ ସଂଗ୍ରହ କରାଯାଇ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ସେହି ଆଣ୍ଟିଜେନ୍ ପରିକ୍ଷଣ ଓମିକ୍ରନକୁ ଚିହ୍ନଟ କରିବାରେ ଅକ୍ଷମ ହୋଇଥିବା ଜଣାପଡ଼ିଛି । ଆମେରିକାର କେଭିଡ୍‌-୧୯ ସ୍ପୋର୍ଟସ ଓ ସୋସାଇଟି ୱାର୍କିଂ ଗୃପ ଏହି ଅଧ୍ୟୟନ କରିଥିଲା । ଆଣ୍ଟିଜେନ୍ ଟେଷ୍ଟ ଦ୍ୱାରା ଓମିକ୍ରନ ଭାରିଆଣ୍ଟକୁ ଠିକ୍ ଭାବେ ଚିହ୍ନଟ କରାଯାଇପାରି ନଥିବା ଏହି ଅଧ୍ୟୟନରେ ଜଣାପଡ଼ିଛି ।

ଏନେଇ ସଂକ୍ରାମକ ରୋଗ ମହାମାରୀବିତ୍ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ‘କୋଭିଡ-୧୯ ଟେକ୍‌ନିକାଲ ଲିଡ୍‌’ ମାରିଆ ଭାନ୍ କେରଖୋଭ୍ କହିଛନ୍ତି ଯେ, ଏହି ଭାରିଆଣ୍ଟ ଓମିକ୍ରନକୁ ସାଧାରଣ ବୋଲି ଭାବିବା ବହୁ ବିପଦ ଜନକ ହୋଇପାରେ । ଏଥିରେ କମ୍ ବିପଦ ଥିଲେ ବି ସଂକ୍ରମଣ ସଂଖ୍ୟା ଉଲ୍ଲେଖଯୋଗ୍ୟ ଭାବେ ବୃଦ୍ଧି ପାଉଛି । ତେଣୁ ଏହି ଓମିକ୍ରନ୍ ଜନିତ କୋଭିଡ୍ ସଂକ୍ରମଣ ମାମଲାର ଦୃତ ବୃଦ୍ଧି ବିପକ୍ଷରେ ଲଢ଼ିବାକୁ ହେଲେ ସାବଧାନତା ଅବଲମ୍ବନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବହୁ ବାର ସରକାରଙ୍କୁ ସୂଚନା ଦେଇଛି । ଯାହାକି ଉତ୍ସବ ଓ ଜନ ସମାଗମ ଠାରୁ ଲୋକମାନଙ୍କୁ ଦୂରରେ ରଖିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login