The Ultimate Managed Hosting Platform
ADVERTISEMENT

ଶିମିଳିପାଳ ଜଗିବେ ପୋଲିସ

Facebook
Twitter
LinkedIn

ବାରିପଦା : ଆଜିଠୁ ଶିମିଳିପାଳରେ ପୋଲିସ ପାଟ୍ରୋଲିଂ । ୧୬ଟି ରେଞ୍ଜରେ ୩୦ ପୋଲିସ କର୍ମଚାରୀଙ୍କ ପାଟ୍ରୋଲିଂ । ଆଗକୁ ଆଉ ୩ ପ୍ଲାଟୁନ ପୋଲିସ ପାଟ୍ରୋଲିଂ କରିବେ । ୬ ଶହ ଠିକା କର୍ମଚାରୀ ଆନେ୍ଦାଳନକୁ ଓହ୍ଲାଇବା ପରେ ପଦକ୍ଷେପ । ମୟୁରଭଞ୍ଜ ଏସପିଙ୍କୁ ସହାୟତା ମାଗିଥିଲେ ଶିମିଳିପାଳ କ୍ଷେତ୍ର ନିଦେ୍ର୍ଦଶକ ।
ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟରେ ଦୁଇ ଦୁଇ ଥର ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀଙ୍କର ମୃତ୍ୟୁ ଘଟିବା ପରେ କର୍ମଚାରୀମାନେ ଆନ୍ଦୋଳନାତ୍ମକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗତ ୨୩ତାରିଖ ପାଖରୁ ଓଡିଶା ଅଣଗେଜେଟେଡ୍ ବନସେବା ସଂଘ ଡାକରାରେ ୨୪୧ଜଣ ବନକର୍ମଚାରୀ ଆନ୍ଦୋଳନରେ ରହିଥିବା ବେଳେ ଜୁଲାଇ ୧ତାରିଖ ଠାରୁ ୭ଦଫା ଦାବିରେ ୬ଶହ ପ୍ରୋଟେକ୍ସନ ଆସିସ୍ଟାନସ୍ କାର୍ୟ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ତେଣୁ ୮ ଶହରୁ ଅଧିକ ବନ କର୍ମଚାରୀ ଜଙ୍ଗଲରେ ଡ୍ୟୁଟି ନକରିବା ଫଳରେ ଶିମିଳିପାଳ ଏବେ ଖୋଲା ପଡ଼ିଥିବା ବେଳେ ଶିମିଳିପାଳ ସୁରକ୍ଷାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ଏନେଇ ଶିମିଳିପାଳ ଭାରପ୍ରାପ୍ତ କ୍ଷେତ୍ର ନିର୍ଦେଶକ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମୁଖ୍ୟ ଶାସନ ସଚିବ ଶିମିଳିପାଳ ସୁରକ୍ଷା ପାଇଁ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହା ସହ ଯଥାଶୀଘ୍ର ଅନ୍ୟାନ୍ୟ ଡିଭିଜନମାନଙ୍କରୁ ୧୫୦ ଜଣ ବନ କର୍ମଚାରୀଙ୍କୁ ଆଣି ଶିମିଳିପାଳ ସୁରକ୍ଷା ଦାୟିତ୍ୱରେ ଲଗାଯିବା ବୋଲି କହିଛନ୍ତି ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login