ଭୁବନେଶ୍ୱର : ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ପୂର୍ଣ୍ଣିମା ତିଥି ଅନୁଯାୟୀ ଆଜି ହେଉଛି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ଚାଲିଛି ଜଳାଭିଷେକ ଓ ପୂଜାର୍ଚ୍ଚନା । ଆଜି ପୂର୍ଣ୍ଣିମା ତିଥି ଆରମ୍ଭ ହୋଇଥିବାରୁ ବିଭିନ୍ନ ନଦୀରେ କାଉଡିଆ ଭକ୍ତମାନେ ଜଳଭାର ଉଠାଇ ଶିବାଳୟକୁ ଆସିବେ । ଏଥିପାଇଁ ଆରଡିପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବିଶେଷକରି ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ୩ଟି ଘାଟରେ ଅଗ୍ନିଶମ ବାହିନୀ ମୁତୟନ ହୋଇଥିବା ବେଳେ, ନଦୀର ଉଭୟ ପାର୍ଶ୍ବକୁ ପୋଲିସ ଜଗି ରହିଛି ।
Views: 67