The Ultimate Managed Hosting Platform
ADVERTISEMENT

ପାକିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନରୁ ବାରମ୍ବାର ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ପାକିସ୍ତାନ ସିନ୍ଧୁ ପ୍ରାନ୍ତରେ ଦ୍ରୁତଗତିରେ ଆସୁଥିବା ଦୁଇଟି ବସ ମୁହାଁମୁହିଁ ଧକ୍କା ହୋଇଯାଇଛି । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଅଧିକାରୀମାନେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଇଦ୍ ପର ଦିନ ଅର୍ଥାତ ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଯାତ୍ରୀବାହୀ ବସ ଲାହୋରରୁ କରାଚୀ ଆସୁଥିବାବେଳେ ଅନ୍ୟ ଏକ ବସ କରାଚୀରୁ ଯାଉଥିଲା । ତେବେ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଳାଉଥିବା କାରଣରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login