ଭୁବନେଶ୍ୱର : ବିଜେଡି କର୍ପୋରେଟରଙ୍କ ଭାଇଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଓ ତାଙ୍କ ସହଯୋଗୀ ଗିରଫ । ବୁଧବାର ରାତିରେ ଝାରପଡାରେ ହୋଇଥିଲା ଗୁଳିମାଡ । ପ୍ରଭାତଙ୍କୁ ପଚରାଉଚାରା କରୁଛି ଲଷ୍ମୀସାଗର ଥାନା ପୋଲିସ । ଏହି ଘଟଣାରେ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ଗୁଳି ଜବତ କରାଯାଇଛି । ଜବତ ବନ୍ଧୁକକୁ ଫୋରେନସିକ ଲ୍ୟାବକୁ ପଠାଯାଇଛି । ଉଭୟ ପକ୍ଷର ୮ ଜଣଙ୍କ ବୟାନ ରେକର୍ଡ କରାଯାଇଛି ପ୍ରଭାତଙ୍କ ଅନ୍ୟତମ ସହଯୋଗୀ ଅମିତ ମାର୍ଥାଙ୍କୁ ମଧ୍ୟ ଉଠାଇନେଇଛି ପୋଲିସ । ପ୍ରଭାତଙ୍କୁ ଧରିବା ପାଇଁ ଗଠନ ହୋଇଥିଲା ସ୍ପେଶାଲ ଟିମ ।
Views: 134











