ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣା ପରେ କାର୍ଯ୍ୟାନୁଷ୍ଠାନ । ପଦରୁ ହଟିଛନ୍ତି ଦକ୍ଷିଣପୂର୍ବ ରେଳପଥ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଚୈାଧୁରୀ । କ୍ୟାବିନେଟ କମିଟିର ନିଯୁକ୍ତି ସମିତି ଅର୍ଚ୍ଚନାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ରଙ୍କୁ ନୂଆ ଦାୟିତ୍ୱ ପାଇଁ ଅନୁମତି ଦେଇଛି । ଅର୍ଚ୍ଚନା ଯୋଶୀଙ୍କୁ କର୍ଣ୍ଣାଟକର ୟେଲହଙ୍କାରେ ରେଲୱେ ଭେହିକିଲ ଫ୍ୟାକ୍ଟ୍ରିରେ ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ଦିଆଯାଇଛି ।
ଦକ୍ଷିଣ ପୂର୍ବ ରେଳପଥ ଜେନେରାଲ ମ୍ୟାନେଜର ହେବା ପୂର୍ବରୁ ଅର୍ଚ୍ଚନା ପର୍ୟ୍ୟଟନ, ରେଳ ମନ୍ତ୍ରାଳୟ, ରେଲୱେ ବୋର୍ଡର ସଦସ୍ୟ ଭାବେ କାମ କରିଛନ୍ତି । ଗତ ଜୁନ୍ ୨ ତାରିଖରେ ବାହାନଗାରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏଥିରେ ୨୯୩ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ ।
Views: 110











