ଭୁବନେଶ୍ୱର : ପ୍ରତିବର୍ଷ ରାଜ୍ୟରେ ନୀଳାଦ୍ରି ବିଜେ ତିଥୀରେ ରସଗୋଲା ଦିବସ ପାଳନ କରାଯାଏ । ଏହି ତିଥୀରେ ପୁରୀ ବଡ଼ଦେଉଳର ଜୟ ବିଜୟ ଦ୍ୱାରରେ ମହାଲକ୍ଷ୍ମୀଙ୍କ କ୍ରୋଧ ଭାଙ୍ଗିବା ପାଇଁ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଏ। ତା’ ପରେ ଠାକୁରମାନେ ମନ୍ଦିର ପ୍ରବେଶ କରନ୍ତି। ଓଡ଼ିଆ ଐତିହାସିକ ଓ ଗବେଷକଙ୍କ ମତରେ ଦ୍ୱାଦଶ ଶତାବ୍ଦୀରୁ ନୀଳାଦ୍ରି ବିଜେ ସମୟରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଭେଟି ପରମ୍ପରା ଚାଲି ଆସୁଛି। ଏହାସହ ସାରା ବିଶ୍ୱରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଏ । ଏଥିସହ ଏହି ପର୍ବକୁ ଓଡ଼ିଆମାନେ ବେଶ ଉତ୍ସାହର ସହ ପାଳନ କରିଥାନ୍ତି।
Views: 96











