ଭୁବନେଶ୍ୱର : ଟମାଟୋ ଦର ବୃଦ୍ଧି ପାଇଁ ବର୍ଷାକୁ ଦୋଷ ଦେଲେ ଯୋଗାଣ ମନ୍ତ୍ରୀ । ଦର ବୃଦ୍ଧିକୁ ନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତିକ୍ରିୟା । ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ସହ ବଜାର ଉପରେ ପ୍ରଭାବ ପଡିଛି । ଓଡିଶାକୁ ବିଶେଷ କରି ବେଙ୍ଗାଲୁରରୁ ଟମାଟୋ ଆସିଥାଏ । ଏହା ଭିତରେ ସ୍ଥିତିରେ କିଛିଟା ପରବର୍ତ୍ତନ ହେବାର ଆଶା କରୁଛୁ । ହୋଡିଂ କରି ଡାଲି ଦର ବଢାଉଥିଲେ , କାର୍ଯ୍ୟାନୁଷ୍ଠାନ ହେବ ।
ରାଜଧାନୀ ଖୁଚୁରା ବଜାରରେ ୧୨୦ ଟଙ୍କା ଛୁଇଁଛି ଟମାଟୋ ଦର। ଅନେକ ସ୍ଥାନରେ ଦର ୧୬୦ ଟଙ୍କାରେ ପହଞ୍ଚିଥିବା ମଧ୍ୟ ଅଭିଯୋଗ ହେଲାଣି। ସୋମବାର ଦିନ କେଜି ପ୍ରତି ୮୦, ରବିବାର ଦିନ ୭୦ ଟଙ୍କା ଥିଲା। ୧୦ ଦିନ ହେଲା ଦର ଏହିଭଳି ବଢ଼ିଯାଇ ଏକାଥରକରେ ୧୦୦ ଟଙ୍କା ଅତିକ୍ରମ କରିଛି। ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସ୍ଥିତି ଏହିଭଳି ରହିଛି। ଏପ୍ରିଲରୁ ସେପ୍ଟେମ୍ବର ପର୍ୟ୍ୟନ୍ତ କର୍ଣ୍ଣାଟକରୁ ପର୍ୟ୍ୟାପ୍ତ ପରିମାଣରେ ଟମାଟୋ ଓଡ଼ିଶା ଆସିଥାଏ। ଦର ୩୦ ଟଙ୍କା ମଧ୍ୟରେ ରହିଥାଏ। ଚଳିତ ବର୍ଷ ଜୁନ୍ ମାସର ଦରବୃଦ୍ଧିର ସବୁ ରେକର୍ଡ ଭାଙ୍ଗି ଯାଇଥିବା କହିଛନ୍ତି ପରିବା ବ୍ୟବସାୟୀ ।
ଟମାଟୋ ଦର ବୃଦ୍ଧି ; ବର୍ଷାକୁ ଦୋଷ ଦେଲେ ଯୋଗାଣ ମନ୍ତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତକ୍ଷେପଣ
ଭୁବନେଶ୍ୱର : ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତକ୍ଷେପଣ । ଅବଦୁଲ କଲାମ ଆଇଲାଣ୍ଡରୁ ସକାଳ ୯.୩୫ ମିନିଟରେ ଉତକ୍ଷେପଣ । ଡିଆରଡିଓ ଦ୍ୱାରା ବିକଶିତ...
ଦିଲ୍ଲୀରୁ ଚୋରି , ନୀଳଗିରିରୁ ଗିରଫ
ନୀଳଗିରୁ : ଚୋରି କରିବା ପଡିଲା ମହଙ୍ଗା । ଦିଲ୍ଲୀରୁ ଚୋରି କଲେ ନୀଳଗିରିରେ ବନ୍ଧା ହେଲେ । ଏପରି ଏକ ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରିରେ...
ଓଜନ ହ୍ରାସ କରେ ନାସପାତି ! ଜାଣନ୍ତୁ ଏହାର ଜବରଦସ୍ତ ଫାଇଦା
ବ୍ୟୁରୋ : ସମସ୍ତ ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ସେହିପରି ନାସପାତି ମଧ୍ୟ ଏକ ଋତୁକାଳୀନ ଫଳ । ଆପଣମାନେ ହୁଏତ ପ୍ରତିଦିନ ସେଓ...
ଲାଫଟର-୨ର ବିଜେତା ହେଲେ କରଣ କୁନ୍ଦ୍ରା ଏବଂ ଏଲଭିଶ ଯାଦବ
ମୁମ୍ବାଇ : ଲୋକପ୍ରିୟ ଶୋ’ ଲାଫଟର୍ ସେଫର ଫିନାଲେ ସହିତ ରବିବାର ଦିନ ଦ୍ବିତୀୟ ସିଜିନ୍ ଶେଷ ହୋଇଛି । ଫିନାଲେ ପରେ ଏହି ଶୋ’ରେ ହୋଇଥିବା...