The Ultimate Managed Hosting Platform
ADVERTISEMENT

ପ୍ରବଳ ବର୍ଷା ଏବଂ ପବନ ପାଇଁ ଜରୁରୀ ଅବତରଣ କଲା ମମତାଙ୍କ ହେଲିକପ୍ଟର, ଆଣ୍ଠୁ ଓ ପିଠିରେ ସାମାନ୍ୟ ଆଘାତ

Facebook
Twitter
LinkedIn

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଛି। ଜଲପାଇଗୁଡ଼ିରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ ମମତା ବାଗଡୋଗ୍ରାକୁ ହେଲିକପ୍ଟରରେ ଯାଉଥିବା ବେଳେ ବାଟରେ ବୈକୁଣ୍ଠପୁର ଜଙ୍ଗଲ ଉପରେ ତାଙ୍କ ହେଲିକପ୍ଟର ପ୍ରବଳ ବର୍ଷା ଏବଂ ପବନର ଶିକାର ହୋଇଥିଲା। ଫଳରେ ପାଇଲଟ ହେଲିକପ୍ଟରଟିକୁ ସିଲିଗୁଡ଼ି ନିକଟସ୍ଥ ବାୟୁସେନା ଘାଟିରେ ଅବତରଣ କରାଇଥିଲେ। ତେବେ ବର୍ଷା ଓ ପବନ ଯୋଗୁଁ ହେଲିକପ୍ଟର ଦୋହଲିବାରୁ ମମତା ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ଅଣ୍ଟା ଏବଂ ଆଣ୍ଠୁରେ ଆଘାତ ଲାଗିଛି। ମମତା ପରେ ସଡ଼କ ପଥ ଦେଇ ବାଗଡୋଗ୍ରା ଫେରିଥିଲେ ଏବଂ ବାଗଡୋଗ୍ରାରୁ କୋଲକାତା ଯାଇଥିଲେ। ଏସଏସକେଏମ୍ ହସ୍ପିଟାଲ୍ରେ ମମତା ଆଜି ଚିକିତ୍ସିତ ହୋଇଥିବା ଜଣାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login