ବ୍ରହ୍ମପୁର: ଶ୍ୱଶୁର ଘର ଆଗରେ ଦିର୍ଘ ୪୪ ଦିନର ଧାରଣା ପରେ ଆଜି ତପସ୍ୱିନୀ ଓ ସୁମିତଙ୍କ ମାମଲାରେ ଏକ ବଡ଼ ରାୟ ସୁଣାଇଛନ୍ତି ଜିଲ୍ଲା କୋର୍ଟ । ଯାହାକି ତପସ୍ୱିନୀଙ୍କ ଦୀର୍ଘ ଦିନ ଅପେକ୍ଷାର ଏକ ସଫଳତା ମିଳିଛି । ତପସ୍ୱିନୀ ଏବେ ବ୍ରହ୍ମାନଗର ସ୍ଥିତ ତାଙ୍କ ସ୍ୱାମୀ ସୁମିତଙ୍କ ଘରେ ରହିବେ । ସୁମିତ ତାଙ୍କୁ ପ୍ରତି ମାସ ୧୭ ହଜାର ଟଙ୍କା ଦେବେ ବୋଲି ତପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି । ଏହି ଟଙ୍କା ପ୍ରତି ମାସ ୧୦ ତାରିଖ ସୁଦ୍ଧା ଦେବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ନିଦେ୍ର୍ଦଶ ଅନୁଯାୟୀ ପରିବାରରେ କେହି କାକାକୁ କୌଣସି ପ୍ରକାର ଆକ୍ଷେପ କରିବେ ନାହିଁ ।
ସୂଚନାନୁଯାୟୀ,ପୂର୍ବରୁ ସୁମିତଙ୍କ ପରିବାର ପକ୍ଷରୁ ଛାଡ଼ପତ୍ର ମାମଲା ଦାଏର କରାଯାଇଥିଲା । ସୁମିତ ଓ ତପସ୍ୱିନୀଙ୍କର ଏହି ମାମଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଶେଷରେ ନିମ୍ନ କୋର୍ଟରେ ଏହି ମାମଲା ଅଗ୍ରାହ୍ୟ ହେବା ପରେ ତପସ୍ୱିତୀ ପୁଣି ଜିଲ୍ଲା କୋର୍ଟକୁ ଯାଇଥିଲେ । ତେଣୁ ଆଜି କୋର୍ଟଙ୍କର ଏହି ରାୟ ଉପରେ ସମସ୍ତଙ୍କର ନଜର ରହିଥିଲା । ତେବେ ଆଜି ସକାଳେ ତପସ୍ୱିନୀ କହିଥିଲେ ଯେ, ଆଜି କୋର୍ଟଙ୍କ ରାୟ, ମୋତେ ନ୍ୟାୟ ଦେବ, ଆଜି ହିଁ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ମୁଁ ଆଶା କରୁଛି। ଆଉ ଏହାହିଁ ହେଲା। ଆଜିଠୁ ତପସ୍ୱନୀ ସୁମିତଙ୍କ ସହ ହିଁ ରହିବେ।