କୋରାପୁଟ : କାରକୁ ଧକ୍କା ଦେଲା ଟ୍ୟାଙ୍କର । ଗୋଟିଏ ପରିବାରର ବାପା , ମାଆ ଓ ଶିଶୁ କନ୍ୟା ମୃତ । ପଟାଙ୍ଗୀ ଥାନା ପୁଙ୍ଗାର ଗାଁ ନିକଟ ଏନଏଚରେ ମର୍ମନ୍ତୁଦ ଦୁର୍ଘଟଣା । କାରରେ ଜୟପୁରରୁ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣା । ହା ଫଳରେ ଘଟଣାସ୍ଥଳରେ ହିଁ ୩ଜଣଙ୍କର ପ୍ରାଣହାନି ଘଟିଥିଲା। ମୃତକ ୩ଜଣ ସମ୍ପର୍କରେ ବାପା ମାଆ ଓ ଝିଅ ହୋଇଥିବା ସୂଚନା ମିଳିଛି । ଖବର ପାଇ ପଟାଙ୍ଗୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Views: 95











