The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୨୬ .୦୬.୨୦୨୩.ରିଖ ସୋମବାର)

Facebook
Twitter
LinkedIn

ମେଷ-ଶୁଭଚନ୍ଦ୍ର ହେତୁ ବନ୍ଧୁଙ୍କ ସହାୟତାରେ ଗତକାଲିର ସମସ୍ୟା ଆଜି ଅପରାହ୍ନରେ ସମାଧାନ ହୋଇଯିବ । ଶ୍ରମିକ କିମ୍ବା କଞ୍ଚାମାଲର ଅଭାବ କାରଣରୁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ପୂର୍ବରୁ ଥିବା ସମସ୍ୟାଗୁଡିକ ନେଇ ଚିନ୍ତା କରିପାରନ୍ତି ।

ବୃଷ-ସାଧାରଣ କଥାକୁ କେନ୍ଦ୍ର କରି ସୁସମ୍ପର୍କରେ ବୈର ମନୋଭାବ ସାଙ୍ଗକୁ ତର୍କ ବିତର୍କର ସମ୍ମୁଖୀନ ହେବେ । ପ୍ରତିଦ୍ୱନ୍ଦ୍ୱିତା ହେତୁ ବ୍ୟବସାୟ ଓ ପରିବହନରେ ସାମାନ୍ୟ ସମସ୍ୟା ଦେଖାଦେବ । ବିଶେଷ ଭ୍ରମଣ ସ୍ବାସ୍ଥ୍ୟ ହାନିର କାରଣ ହୋଇପାରେ। ହାତକୁ ନେଇଥିବା କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ ।

ମିଥୁନ-ଅସୁବିଧାରେ ଥିଲେ ମଧ୍ୟ ନିଜ ପରିସର ଲୋକଙ୍କ ସାହାଯ୍ୟରୁ କୌଣସି କାମ ଅଟକିବ ନାହିଁ । ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ । ଗବେଷଣା, ସଭାସମିତି, କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ୱ ନ ଦେଲେ ହଇରାଣ ହେବେ ।

କର୍କଟ-ଆଜି ଶୁକ୍ରଙ୍କ ସୁପ୍ରଭାବରୁ ଭୋଗବିଳାସ, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ଓ ମଉଜ ମଜଲିସ୍‌ ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ଅତୀତ ଘଟଣାର ସମୀକ୍ଷା କରିବେ। ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବାଣିଜ୍ୟରେ ଉନ୍ନତି ଘଟିବ ।

ସି˚ହ-ମଙ୍ଗଳଙ୍କ ଦୁର୍ବଳତା ହେତୁ ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହେବା କାରଣରୁ ମନ ଭଲ ରହିବ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ଅଫିସରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ଆଜିର କାମରେ ଲକ୍ଷ୍ୟ ହାସଲ ସକାଶେ କୂଟନୀତି ଅବଲମ୍ବନ କରିବେ।

କନ୍ୟା-କୌଣସି କଥାକୁ ଠିକ୍‌ ଭାବେ ବିଚାର ନ କରି ଓ ଭୁଲ୍‌ ନିଷ୍ପତ୍ତି ନେଇ ପରେ ଅନୁତାପ କରିପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ଶିକ୍ଷା, ସନ୍ତାନ କ୍ଷେତ୍ରରେ ସମସ୍ୟା ଦେଖାଦେଇ ପାରେ। ଶତ୍ରୁତା କାରଣରୁ ଖଳ ଲୋକମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ମତାନ୍ତରଜନିତ ସାୟାହ୍ନେ ପାରିବାରିିକ ସଦ୍ଭାବ ରହିବ ନାହିଁ ।

ତୁଳା-ବିଜାତୀୟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧିକୁ ସନ୍ଦେହ କରି ଘରେ ବିଭିନ୍ନ ପ୍ରକାର କଥା ଶୁଣିବାକୁ ପଡିପାରେ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହଯୋଗରୁ ଉପକୃତ ହେବେ। ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯିବାର ଅନୁଭବ କରିବେ । ସ୍ବାସ୍ଥ୍ୟହାନି କାରଣରୁ କାମ ପାଇଁ ନିଃସ୍ପୃହତା ଦେଖାଯିବ ।

ବିଛା-ତୃତୀୟାଧିପଙ୍କ ବଳହୀନତାରୁ ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପଛରୁ ଗୋଡ ଟାଣିପାରନ୍ତି । ପରିବାରରେ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ଆଶା କରୁଥିବା ଦିଗରୁ ଅର୍ଥ ପାଇବା କଷ୍ଟକର ହୋଇପଡ଼ିବ । ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ନିର୍ମାଣ, ପରିବହନ, ମରାମତି, ଜମିଜମା କାମରେ ସାହାଯ୍ୟ ଅବଶ୍ୟ ପାଇବେ ।

ଧନୁ-ଚାହୁଁଥିବା ଦିଗରୁ ଅର୍ଥ ଓ ଆବଶ୍ୟକ ସହଯୋଗ ଆଶା ଭଣ୍ଡୁର ହୋଇଯିବ । କର୍ମକ୍ଷେତ୍ରରେ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ନିଜର କେତେକ ବ୍ୟକ୍ତିଗତ କାରଣରୁ ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ଦୀର୍ଘଦିନର ପୁରୁଣା ରୋଗ ସକାଶେ ବିଶେଷ ଚିନ୍ତିତ ରହିପାରନ୍ତି ।

ମକର-କର୍ମକ୍ଷେତ୍ରରେ ତରବରିଆ ଭାବେ କୌଣସି କାମ କଲେ ଓଲଟା ଫଳ ପାଇବେ । ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଅଦଳବଦଳ ହୋଇଯାଇପାରେ । ଗୁରୁତ୍ୱପୂର୍ଣ୍ଣ କାମରେ ଯାଇଥିବା ବନ୍ଧୁଙ୍କ ଫେରିବା ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି । ବିବାଦୀୟ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିବେ ।

କୁମ୍ଭ-ଆଜି ସାହାଯ୍ୟ ପରିପ୍ରେକ୍ଷୀରେ ବନ୍ଧୁଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବାକୁ ପଡିପାରେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ଓ ସାଧାରଣ କଥାକୁ ଅସାଧାରଣ ଭାବେ ଚିନ୍ତା କରିବେ । ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରିବେ । ପରିବାର ଭିତରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ ।

ମୀନ-ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ । ପରିବାରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହିପାରନ୍ତି । ସାଙ୍ଗଠନିକ କ୍ଷେତ୍ରରେ ଭାବୁଥିବା କାମଟିକୁ ଶେଷ କରିପାରିବେନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଏସସିବିରେ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ

ଏସସିବିରୁ ସୁସ୍ଥ ହୋଇ ଘରକୁ ଫେରିଲେ ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ

କଟକ : ଡିସଚାର୍ଜ ହେଲେ ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ । ଜୁଲାଇ ୧୨ ତାରିଖରେ ଏଫ୍ଏମ୍ କଲେଜରେ ଛାତ୍ରୀ ଆତ୍ମହୂତି ଦେବା ବେଳେ ଉଦ୍ଧାର...

ଜାନୁଆରୀରୁ ବିକ୍ରି ହୋଇ ପାରିବ ପାର୍ଟ ପ୍ଲଟ ; ସୁରେଶ ପୂଜାରୀ

ବନ୍ୟା : ରିପୋର୍ଟ ଆସିବାର ୨୪ ଘଣ୍ଟା ମଧ୍ୟରେ ମିଳିବ ସହାୟତା

ଭୁବନେଶ୍ୱର : କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟାରେ ମିଳିବ ବନ୍ୟା ସହାୟତା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ।...

ADVERTISEMENT
ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ମାଡ , ସସପେଣ୍ଡ କରିଥିବାରୁ ଆକ୍ରମଣ ଅଭିଯୋଗ

ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ମାଡ , ସସପେଣ୍ଡ କରିଥିବାରୁ ଆକ୍ରମଣ ଅଭିଯୋଗ

ଭଦ୍ରକ : ବରପଦା ଇଞ୍ଜିନିୟରିଂ କଲେଜର ଡିପ୍ଲୋମା ଅଧ୍ୟକ୍ଷଙ୍କୁ ଆକ୍ରମଣ । ନିଲମ୍ବିତ କର୍ମଚାରୀ ଓ ସହଯୋଗୀଙ୍କ ସଂଘବଦ୍ଧ ଭାବେ ଆକ୍ରମଣ ଅଭିଯୋଗ । ଅଧ୍ୟକ୍ଷ ଗଙ୍ଗାଧର...

Login