ଗଜପତି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଠାରେ ଶ୍ରୀ ବଳଦେବଜୀଉ ଙ୍କ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇ ଯାଇଛି । ଏହି ବଳଦେବ ପୀଠ ବହୁ ପୁରାତନ ହୋଇ ଥିବାରୁ ଏହାର ବହୁତ କିମ୍ବଦନ୍ତୀ ରହିଛି । କିମ୍ବଦନ୍ତୀ ଅନୁଯାଇ ବିଶ୍ୱାସ ରହିଛି କି ଏଠାରେ ଭକ୍ତ ମାନେ ମନସ୍କାମନା କଲେ ତାହା ନିଶ୍ଚୟ ପୂରଣ ହୁଏ । ମନସ୍କାମନା ପୂରଣ ପରେ ଭକ୍ତ ମାନେ ମୁଣ୍ଡନ ହୋଇ ବଳଦେବଜୀଉଙ୍କ ଅମୃତ କୁଣ୍ଡରେ ପଣା ଭୋଗ ଲଗାନ୍ତି । ଏହି ପଣା କୁ କେବଳ ଗୌଡ଼ ମାନେ ହିଁ ପ୍ରସ୍ତୁତ କରି ଥାନ୍ତି । ଏଠାକୁ ବାହାର ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନା ଠାରୁ ମଧ୍ୟ ବହୁ ଭକ୍ତ ଆସିଥାନ୍ତି । ରାଜ୍ୟର ପ୍ରତ୍ୟେକ ସ୍ଥାନ ରେ ଗୁଣ୍ଡିଚା ଯାତ୍ରା ଦିନ ହିଁ ରଥ ଟଣା ହେଉଥିବା ବେଳେ ଏଠି ଗୁଣ୍ଡିଚା ଯାତ୍ରା ର ପରବର୍ତ୍ତୀ ଦିନ ହିଁ ରଥ ଟଣା ହୁଏ । ଆଜିର ଏହି ରଥ ଟଣା କାର୍ୟ୍ୟକ୍ରମରେ ହଜାର ହଜାର ଭକ୍ତ ମାନଙ୍କ ସମାଗମ ହୋଇଥିଲା । ଏଠାରେ ବହୁ ପସରା ବଜାର ବସିଥିବା ବେଳେ ଭଳିକି ଭଳି ଜିନିଷ ମଧ୍ୟ ବିକ୍ରି ହେଉ ଥିଲା । ବହୁ ଭକ୍ତ ସଂକୀର୍ତନ ର ତାଳେ ତାଳେ ନାଚ କରିବା ସହ ରଥ ଟାଣୁଥିବା ଦେଖିବାକୁ ମିଳିଛି । ଏହି ରଥଯାତ୍ରା ରେ ଶ୍ରୀବଳଦେବ ଜୀଉ ମନ୍ଦିର ପରିଚାଳନା କମିଟି ର ସଭାପତି ବଡଭୀମ ଶବର, ସମ୍ପାଦକ ଆନନ୍ଦ ପାଇକ, ରଥଯାତ୍ରା କମିଟି ର ସଭାପତି ସିମାଞ୍ଚଳ ମହାନ୍ତି, ପ୍ରତାପ ପାଇକ, ଜଗନ୍ନାଥ ଦଳାଇ, ସୁଧାକର ପାଇକ, ରାଜପତି ଭୂୟାଁ, କୋରାପ୍ରସାଦ ଦଳାଇ ଓ ପ୍ରଫୁଲ ମହାନ୍ତି ପୁର୍ଣ ସହଯୋଗ କରିଥିଲେ । ତାହା ସହ ପୁଲିସ କର୍ମ ଚାରି ଓ ମେଡିକାଲ ଷ୍ଟାପ ଉପସ୍ଥିତ ଥିଲୋ
ଜିରାଙ୍ଗ ଠାରେ ଶେଷ ହେଲା ଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରା

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...