ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଆଶ୍ବସ୍ତି । ମେ ମାସରେ ହୋଇଥିବା ହିଂସା ସହିତ ଜଡିତ ଦୁଇଟି ମାମଲାରେ ଗିରଫ ୱାରେଣ୍ଟକୁ ରଦ୍ଦ କରିବା ସହିତ ୭ ଜୁଲାଇ ପର୍ୟ୍ୟନ୍ତ ଅଗ୍ରୀମ ଜାମିନ ଦେଇଛନ୍ତି ଏଟିସି । ପିଟିଆଇ ପ୍ରମୁଖ ୭୦ ବର୍ଷୀୟ ଇମ୍ରାନଙ୍କୁ ୨୦ ଜୁନରେ କଡା ସୁରକ୍ଷା ମଧ୍ୟରେ ଲାହୋର ଏଟିସିରେ ହାଜର କରାଯାଇଥିଲା । ଇମ୍ରାନଙ୍କ ଓକିଲ ଦଲିଲ ଦାଖଲ କରିବା ପରେ ଏଟିସି ପକ୍ଷରୁ ଦୁଇଟି ମାମଲାରେ ୭ ଜୁଲାଇ ପର୍ୟ୍ୟନ୍ତ ତାଙ୍କୁ ଅଗ୍ରୀମ ଜାମିନ ମିଳିଛି । ତାଙ୍କୁ ୧ ଲକ୍ଷ ପାକିସ୍ତାନୀ ଟଙ୍କା ଜାମିନ ରାଶି ଜମା କରିବାକୁ କୁହାଯାଇଛି । ଏହା ପୂର୍ବରୁ ଲାହୋର ଏଟିସି ୯ ମଇରେ ହୋଇଥିବା ଦଙ୍ଗା ସମୟରେ ବର୍ବରତା ସମ୍ବନ୍ଧୀୟ ମାମଲାରେ ଇମ୍ରାନଙ୍କ ସହିତ ଅନ୍ୟ ପୂର୍ବ ଏବଂ ବର୍ତ୍ତମାନ ପିଟିଆଇ ନେତା ପାଇଁ ଅଣ ଜାମିନ ଗିରଫ ୱାରେଣ୍ଟ ଜାରି କରିଥିଲା ।
Views: 84