ପୁରୀ : ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଲୋକାରଣ୍ୟ ବଡ଼ଦାଣ୍ଡ । ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ଅଣସର ଘରୁ ବାହାରି ଭଉଣୀ ଭାଇଙ୍କୁ ଧରି ଶୋଭାଯାତ୍ରା କରିବେ। ବାହାରେ ଲକ୍ଷ ଲକ୍ଷ ଭକ୍ତ ଭଗବାନଙ୍କୁ ପାଖରେ ଦେଖିବେ ବୋଲି ଅନେଇ ବସିଛନ୍ତି। ଆଜି ଆଷାଢ଼ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରେ ବଡ଼ଦାଣ୍ଡରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ପର୍ବ ଅନୁଷ୍ଠିତ ହେବ। ସେଥିପାଇଁ ଏହି ରଥଯାତ୍ରାକୁ ଭକ୍ତ ଓ ଭଗବାନଙ୍କ ମିଳନ ପର୍ବ କୁହାଯାଏ। ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହାପ୍ରଭୁଙ୍କ ୯ ଦିନିଆ ରଥଯାତ୍ରା ପାଇଁ ରଥ-ପଥ ଓ ଭକ୍ତ ପ୍ରସ୍ତୁତ ଅଛନ୍ତି ।ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ ।
Views: 110











