The Ultimate Managed Hosting Platform
ADVERTISEMENT

ଉଗାଣ୍ଡାରେ ଆଇଏସଆଇଏସ୍ ଯୁବକଙ୍କ ଆଖିବୁଜା ଗୁଳିଚାଳନା, ୨୫ ଛାତ୍ର ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ଉଗାଣ୍ଡାର ପଶ୍ଚିମ ଭାଗରେ ଥିବା ଏକ ସ୍କୁଲରେ ଆଇଏସଆଇଏସ୍ ଜଡିତ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିଚାଳନା କରିଛି । ଫଳରେ ସ୍କୁଲରେ ଅତିକମରେ ୨୫ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ରହିଛନ୍ତି । ଘଟଣାଟି ଗତକାଲି ରାତିରେ ହୋଇଛି । କଙ୍ଗୋ ବର୍ଡର ଠାରୁ କିଛିଦୂରରେ ଏହି ଘଟଣା ଘଟିଛି । ପୋଲିସ କହିବା ମୁତାବକ, ମୋପଣ୍ଡୱେରେ ଥିବା ଲୁବିରିରା ସେକେଣ୍ଡାରୀ ସ୍କୁଲର ୨୫ ପିଲାଙ୍କ ପ୍ରାଣ ଚାଲିଯାଇଛି । ତେବେ ଏମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୱେରା ହସପିଟାଲକୁ ପଠାଯାଇଛି । ଘଟଣାରେ ଅନ୍ୟ ୮ ଜଣ ଆହତ ରହିଛନ୍ତି । ସ୍କୁଲ ନିକଟରେ ଆକ୍ରମଣ ହୋଇଥିବା ବେଳେ ଛାତ୍ରବାସକୁ ନିଆଁ ଲଗାଇ ଦେଇଥିଲା ଆକ୍ରମଣକାରୀ । ଏହାସହିତ ପିଲାଙ୍କ ପାଇଁ ରଖାଯାଇଥିବା ଖାଦ୍ୟସାମଗ୍ରୀ ଷ୍ଟୋରରେ ମଧ୍ୟ ଲୁଟ୍ କରାଯାଇଛି । ତେବେ ଘଟଣା ବିଷୟରେ ବିଶେଷ କିଛି ଖବର ସାମ୍ନାକୁ ଆସିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login