ଜଗତସିଂହପୁର : ୬ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ।୨୦୧୩ ମସିହାରୁ ୧୦୮ ଆମ୍ବୁଲାନ୍ସ ରେ ନିଷ୍ଠାପୂର୍ଣ୍ଣ,ନିଶ୍ୱାର୍ଥପର ଓ ନିରବଚ୍ଛିନ୍ନ ଭାବରେ କାର୍ୟ୍ୟ କରି ଆସୁଥିବା ଏହି କର୍ମଚାରୀ ମାନଙ୍କ ପ୍ରତି ସରକାର ଅଣଦେଖା କରିଆସୁଛନ୍ତି।ଏହି କର୍ମଚାରୀ ମାନେ ଯେ କୌଣସି ପ୍ରାକୃତିକ ବିପର୍ୟ୍ୟୟ ବନ୍ୟା,ବାତ୍ୟା,କରୋନା ମହାମାରୀ,ସାମୁହିକ ଦୁର୍ଘଟଣା ସହିତ ନିକଟରେ ବାଲେଶ୍ଵର ଟ୍ରେନ ଦୁର୍ଘଟଣା ଭଳି ପରିସ୍ଥିତିରେ ରୋଗୀମାନଙ୍କୁ ସଠିକ୍ ଭାବରେ ସେବା ଯୋଗାଇ ଦେଉଛନ୍ତି।କର୍ମଚାରୀ ମାନେ ରାତିଦିନ ୨୪ ଘଣ୍ଟା ରୋଗୀମାନଙ୍କ ସେବାରେ କାର୍ୟ୍ୟ କରିଆସୁଛନ୍ତି।୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ୬ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିଗୁଡିକୁ ମଧ୍ୟରେ ୧୦୮ ଆମ୍ବୁଲାନ୍ସ ରହୁଥିବା ସ୍ଥାନରେ କର୍ମଚାରୀ ମାନଙ୍କ ରହିବା ପାଇଁ ବିଶ୍ରାମ ଗୃହ ସହିତ ଶୌଚାଳୟ ବ୍ୟବସ୍ଥା କରିବା,୧୦୮ କର୍ମଚାରୀଙ୍କୁ ନିୟମିତ କରିବା ନଚେତ୍ ସ୍ୱତନ୍ତ୍ର ପ୍ୟାକେଜ, ୫ଘଣ୍ଟିଆ କରି ପାରିଶ୍ରମିକ ଅନୁସାରେ ଇଏମଟି ଙ୍କୁ ୩୦ହଜାର,ଆମ୍ବୁଲାନ୍ସ ଚାଳକଙ୍କୁ ୨୫ ହଜାର ଓ ଆଟେଡ଼ାଣ୍ଟ ଙ୍କୁ ୨୦ ହଜାର ଟଙ୍କା ଦରମା ପ୍ରଦାନ କରିବା ଆଦି ୬ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।
୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ୬ ଦଫା ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...