The Ultimate Managed Hosting Platform
ADVERTISEMENT

ଯୌତୁକ ଦାବି କରି ନବ ବିବାହିତାଙ୍କୁ ନିର୍ଯ୍ୟାତନା,ଥାନାର ଦ୍ବାରସ୍ଥ ହେଲେ ମହିଳା

Facebook
Twitter
LinkedIn

ଯାଜପୁର : ଯୌତୁକ ଦାବିରେ ଶାଶୁଘର ଲୋକେ ନବବିବାହିତା ମହିଳାଙ୍କୁ ବାରମ୍ବାର ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହେଲେ ଜୈନିକା ମହିଳା । ଅଭିଯୋଗ ମୁତାବକ ଜୈନିକା ମହିଳା ଗତ ୨୨ଏପ୍ରିଲ ୨୦୨୨ରେ ଟମକା ଥାନା ଅନ୍ତର୍ଗତ ତେଲିବେଢା ଗ୍ରାମର ସୁବାସ ବାରିକଙ୍କ ପୁଅ ତପନଙ୍କୁ ହିନ୍ଦୁ ରୀତି ନୀତି ଅନୁସାରେ ହୋଇଥିଲା ବିବାହ । ଧର୍ମୀୟ ମତରେ ଉଭୟ ପରିବାରଙ୍କ ସହମତିରେ ନୂଆପଡା ଜଗନ୍ନାଥ ମନ୍ଦିରରେ ଏହି ବିବାହ ସମ୍ପନ୍ନ ହୋଇଥିଲା । ଏଥିସହିତ ଭୁବନେଶ୍ବର କୋର୍ଟରେ ନୋଟାରୀଙ୍କ ମାଧ୍ୟମରେ ବିବାହ ମଧ୍ୟ ହୋଇଥିଲା । ବିବାହ ସମୟରେ ଝିଅ-ଜ୍ବାଇଁଙ୍କୁ ନଗଦ ଦେଢ ଲକ୍ଷ ଟଙ୍କା ସହିତ ସୁନାଗହଣା ମଧ୍ୟ ଦିଆଯାଇଥିଲା । ବିବାହ ପରେ ଏହି ଦମ୍ପତ୍ତି ଭୁବନେଶ୍ବର ଝାରପଡା ୟୁକୋ ବ୍ୟାଙ୍କ କଲୋନୀ ସ୍ଥିତ ଏକ ଭଡାଘରେ ରହୁଥିଲେ । ତେବେ ବିବାହର ଦୁଇମାସ ପରେ ଶାଶୁଘରକୁ ଆସିବା ସମୟରେ ଶାଶୁଘର ଲୋକେ ତାଙ୍କୁ ଅଧିକ ଯୌତୁକ ଦାବିକରି ଅକଥନୀୟ ନିର୍ୟ୍ୟାତନା ଦେଇଥିବା ଜୈନିକା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ବିବାହ ପରେ ଦମ୍ପତ୍ତି ଏକତ୍ର ପ୍ରାୟ ୭ମାସ ଧରି ରହିବା ପରେ ସ୍ବାମୀ, ଶାଶୁ, ଶ୍ବଶୁର ଓ ଦିଅରଙ୍କ ଦ୍ବାରା ଜୋରଜବରଦସ୍ତ ୩ମାସର ଗର୍ଭନଷ୍ଟ କରାଯାଇଥିବା ଅଭିଯୋଗ କରିଛନ୍ତି ଜୈନିକା ମହିଳା। ଏପରିକି ଦିଅରଙ୍କ ଦ୍ବାରା ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ଅଭିଯୁକ୍ତ ମାନଙ୍କୁ ଗିରଫ୍ କରି ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ଜୈନିକା ମହିଳା ଟମକା ଥାନାରେ ଦାବି ଜଣାଇଛନ୍ତି । ଟମକା ପୋଲିସ୍ ଅଭିଯୋଗକୁ ଭିତ୍ତି କରି କେସ ନଂ-୮୮/୨୩ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତ ତପନ ବାରିକଙ୍କୁ ଥାନରେ ଅଟକ ରଖି ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।ଏପଟେ ତଦନ୍ତ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login