ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶରେ ବୁଧବାର ଏକ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ଯଦିଓ ଏଥିରେ କୌଣସି ଧନଜୀବନ ହାନି ହୋଇଥିବା ନେଇ ଖବର ନାହିଁ। ଦକ୍ଷିଣ-ମଧ୍ୟ ରେଲେଓ୍ଵର ସିପିଆରଓ କହିଛନ୍ତି ଯେ ଥଡି ଏବଂ ଅଙ୍କାପଲେ ମଧ୍ୟରେ ଆଜି ସକାଳେ ଏକ ମାଲବାହୀ ଗାଡ଼ି ରେଳଧାରଣାରୁ ଖସି ଯାଇଥିଲା। ସିପିଆରଓ କହିଛନ୍ତି, ଦକ୍ଷିଣ-ମଧ୍ୟ ରେଲେଓ୍ଵର ଅଧିକାରୀମାନେ ମାଲବାହୀ ଗାଡ଼ି ଲାଇନଚ୍ୟୁତ ହୋଇଥିବା ସ୍ଥାନରେ ରେଳ ଟ୍ରାକ୍ ସଫା କରାଉଛନ୍ତି। ଏହି କାରଣରୁ ଅନେକ ଟ୍ରେନ୍ ବାତିଲ ହୋଇଛି ଏବଂ ଅନେକ ଗାଡ଼ିର ସମୟ ପରିବର୍ତ୍ତନ କରାଯାଇଛି।
ଦକ୍ଷିଣ-ମଧ୍ୟ ରେଲେଓ୍ଵ ମୁତାବକ, ଟ୍ରେନ୍ ସଂଖ୍ୟା ୧୨୮୦୫ ବିଶାଖାପାଟନମ୍-ଲିଙ୍ଗମ୍ପଲ୍ଲୀ, ୨୨୭୦୧ ବିଶାଖାପାଟନମ୍-ବିଜୟୱାଡା, ୨୨୭୦୨ ବିଜୟୱାଡା-ବିଶାଖାପାଟନମ୍ ଏବଂ ୧୭୨୪୦ ବିଶାଖାପାଟନମ୍-ଗୁଣ୍ଟୁର ବାତିଲ କରାଯାଇଛି।
Views: 76