ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଦଳର ଅନେକ ବିଧାୟକ ଓ ନେତା ରାଜଭବନ ସାମ୍ନାରେ ଧାରଣା ଦେଇଛନ୍ତି। ଫାଙ୍କା ସିଲିଣ୍ଡର ଧରି ଦଳର ମହିଳା କର୍ମୀ ଓ ନେତ୍ରୀ କେନ୍ଦ୍ର ବିରୋଧରେ ନାରାବାଜି କରିଛନ୍ତି। ଏହାସହ ରାସ୍ତା ଉପରେ ଚୁଲି ଜାଳି ପ୍ରତିବାଦ କରିଛନ୍ତି। ଏହାଛଡ଼ା ଗ୍ୟାସ ଦର ହ୍ରାସ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି।
ଏନେଇ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ମା’ମାନଙ୍କୁ ଅସମ୍ମାନିତ କରିଛି। ଆଖିରେ ଲୁହ ଭରିଦେଇଛି । ୨୦୧୪ରେ ଯେଉଁ ଗ୍ୟାସ ସିଲିଣ୍ଡର ୪୧୦ ଟଙ୍କା ଥିଲା ,ଏବେ ତାହା ୧୧୩୦ ଟଙ୍କାରେ ପହଞ୍ଚିଛି । ଉଜ୍ଜ୍ୱଳା ଏବେ ଅନ୍ଧାରୀ ଯୋଜନା ପାଲଟିଛି । କାରଣ ହିତାଧିକାରୀ ଗ୍ୟାସ୍ ରିଫିଲିଂ କରିପାରୁନାହାନ୍ତି। ପୂର୍ବରୁ ଯେମିତି ଚୁଲିରେ ରୋଷେଇ କରୁଥିଲେ ଏବେ ମଧ୍ୟ ସେହିଭଳି ଚୁଲିରେ ରୋଷେଇ କରୁଛନ୍ତି। ଯେପର୍ୟ୍ୟନ୍ତ କେନ୍ଦ୍ର ସରକାର ଚେତି ନାହାନ୍ତି, ଦରଦାମକୁ ନିୟନ୍ତ୍ରଣ କରିନାହାନ୍ତି ଏବଂ ଗ୍ୟାସ ଦର କମାଇ ନାହାନ୍ତି, ସେଯାଏଁ ଏ ଆନ୍ଦୋଳନ ଜାରି ରହିବ।
ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ବିକ୍ଷୋଭ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











