The Ultimate Managed Hosting Platform
ADVERTISEMENT

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ବିକ୍ଷୋଭ

Facebook
Twitter
LinkedIn

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଦଳର ଅନେକ ବିଧାୟକ ଓ ନେତା ରାଜଭବନ ସାମ୍ନାରେ ଧାରଣା ଦେଇଛନ୍ତି। ଫାଙ୍କା ସିଲିଣ୍ଡର ଧରି ଦଳର ମହିଳା କର୍ମୀ ଓ ନେତ୍ରୀ କେନ୍ଦ୍ର ବିରୋଧରେ ନାରାବାଜି କରିଛନ୍ତି। ଏହାସହ ରାସ୍ତା ଉପରେ ଚୁଲି ଜାଳି ପ୍ରତିବାଦ କରିଛନ୍ତି। ଏହାଛଡ଼ା ଗ୍ୟାସ ଦର ହ୍ରାସ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି।
ଏନେଇ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ମା’ମାନଙ୍କୁ ଅସମ୍ମାନିତ କରିଛି। ଆଖିରେ ଲୁହ ଭରିଦେଇଛି । ୨୦୧୪ରେ ଯେଉଁ ଗ୍ୟାସ ସିଲିଣ୍ଡର ୪୧୦ ଟଙ୍କା ଥିଲା ,ଏବେ ତାହା ୧୧୩୦ ଟଙ୍କାରେ ପହଞ୍ଚିଛି । ଉଜ୍ଜ୍ୱଳା ଏବେ ଅନ୍ଧାରୀ ଯୋଜନା ପାଲଟିଛି । କାରଣ ହିତାଧିକାରୀ ଗ୍ୟାସ୍ ରିଫିଲିଂ କରିପାରୁନାହାନ୍ତି। ପୂର୍ବରୁ ଯେମିତି ଚୁଲିରେ ରୋଷେଇ କରୁଥିଲେ ଏବେ ମଧ୍ୟ ସେହିଭଳି ଚୁଲିରେ ରୋଷେଇ କରୁଛନ୍ତି। ଯେପର୍ୟ୍ୟନ୍ତ କେନ୍ଦ୍ର ସରକାର ଚେତି ନାହାନ୍ତି, ଦରଦାମକୁ ନିୟନ୍ତ୍ରଣ କରିନାହାନ୍ତି ଏବଂ ଗ୍ୟାସ ଦର କମାଇ ନାହାନ୍ତି, ସେଯାଏଁ ଏ ଆନ୍ଦୋଳନ ଜାରି ରହିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

ADVERTISEMENT

Login