The Ultimate Managed Hosting Platform
ADVERTISEMENT

ବିଦ୍ୟୁତ୍ କାଟକୁ ନେଇ ବର୍ଷିଲେ ଧର୍ମେନ୍ଦ୍ର

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ହେୁଛି ଘନ ଘନ ବିଦ୍ୟୁତ କାଟ୍ । ତେବେ ଏ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଓଡ଼ିଶାରେ ବିଚିତ୍ର କଥା ଦଖିବାକୁ ମିଳୁଛି । ବିଭାଗୀୟ ମନ୍ତ୍ରୀ, ସଚିବ ଓ ବିଜେଡି ନେତାଙ୍କର ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ଚରମ ନିଦର୍ଶନ । ଏହାସହ ଧର୍ମେନ୍ଦ୍ର କହିଛନ୍ତି, ଦୀପ ତଳ ଅନ୍ଧାର ଭଳି ଓଡ଼ିଶାରେ ଏତେ କୋଇଲା ଆଉ ଜଳ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ ଗର୍ଭନାନ୍ସ ଡେଫିସେନ୍ସି ଦେଖାଦେଇଛି । ଯେଉଁମାନେ ନିଜ ବିଭାଗ ସମ୍ଭାଳିବା କଥା ସେମାନେ କେବଳ ପ୍ରଚାରରେ ମାତିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମୁଖ୍ୟ ଶାସନ ସଚିବଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରି କହିଲେ, ଯେ ଏପ୍ରକାର କାମ ଚଳିବ ନାହିଁ । ଯଦି ମୁଖ୍ୟ ଶାସନ ସଚିବ ବ୍ୟବସ୍ଥା ହୁଗୁଳିବା ପରେ ଚଳିବନି ବୋଲି କହିବେ ତେବେ କିଏ ଚଳାଇବ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ଏହା ଏକ ବିପର୍ୟ୍ୟସ୍ତ ପରିସ୍ଥିତି ଆଡକୁ ଯାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

ADVERTISEMENT
ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

Login