ଭୁବନେଶ୍ୱର : ବିଦ୍ୟୁତ ବିଭ୍ରାଟକୁ ନେଇ ଟାଟା ପାୱାରକୁ ଦୋଷ ଦେଲେ ବିଜେଡି ସାଂସଦ । ବିଜେଡି ସାଂସଦ ଅମର ପଟ୍ଟନାୟକ ସିଧାସଳଖ ଦୋଷ ଲଦିଦେଲେ । ଲୋଡ ବାଲାନ୍ସିଂ ଠିକ ଭାବେ ହୋଇପାରୁ ନ ଥିବାରୁ ବିଜୁଳି କଟୁଛି । ବିଦ୍ୟୁତ ବିତରଣରେ ଗ୍ୟାପ ବା ସଟଫଲ ରହୁଛି , ରିଭ୍ୟୁ କରୁନି । ଟାଇମ ଟୁ ଟାଇମ ଅପଗ୍ରେଡ କରାଯାଉନି । ଅପଗ୍ରେଡ କରିବାର ସମୟ ଆସିଛି । ଛୋଟ ଠୁ ବଡ ସବୁ ବିପର୍ଯ୍ୟୟକୁ ନେଇ ଡିଜାଷ୍ଟର ସିନାରିଓ ପ୍ଲାନ କରାଯାଏ । ସେଇ ପ୍ଲାନଟା ଏଥର ମୁଁ ଦେଖିବାକୁ ପାଇଲି ନାହିଁ ବୋଲି କହିଛନ୍ତି ଅମର ପଟ୍ଟନାୟକ । ଯଦି ଟାଟା ପାୱାର ଏଇଟା କରେଇ ଥାନ୍ତା କି ଏବେ କରିବ , ତେବେ ଆସ୍ଥା ବଢିବ । ଲୋକେ ଜାଣିପାରିବେ କେତେ ଘଣ୍ଟା ଭିତରେ ବିଜୁଳି ମିଳିବ । ରାଜ୍ୟ ଜାତୀୟ ବିପତ୍ତିକୁ ସଫଳତାର ସହ ମୁକାବିଲା କରିପାରୁଛି । କିନ୍ତୁ ଟାଟା ଘରୋଇ ସଂସ୍ଥା ହୋଇ କରିପାରୁନି ।
Views: 81











