ନୂଆଦିଲ୍ଲୀ : ନୃସଂଶ ଝିଅ ମାରିଦେଲା ନିଜ ଜନ୍ମ କଲା ମାକୁ । ଭୁଲି ଗଲା ଯେ ଯାହା କୋଳରୁ ସେ ଜନ୍ମ ନେଇଥିଲା ତାକୁ ଆଜି ସେ ଜୀବନରୁ ମାରି ଦେଇକ୍ତି । ସବୁଦିନିଆ କଳିରେ ଅତିଷ୍ଠ ହୋଇ ନିଜ ମା’କୁ ମାରିଲା ଝିଅ । ମା’କୁ ହତ୍ୟା କରିବା ପରେ ସୁଟକେସରେ ଭର୍ତ୍ତି କରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଝିଅ । ଶେଷରେ ପୁଲିସ୍ ମୃତଦେହ ଜବତ କରିବା ସହିତ ଝିଅକୁ ଗିରଫ କରିଛି। ଏପରି ଏକ ଲୋମଟାଙ୍କୁରା ଘଟଣା ବେଙ୍ଗାଲୁରୁରେ ଘଟିଛି। ଖବର ମୁତାବକ, ବୋଙ୍ଗାଲୁରୁରେ ମାଇକୋ ଲେଆଉଟ୍ ଥାନା ଅଞ୍ଚଳରେ ସେନାଲୀ ସେନ୍ ନାମକ ୩୯ ବର୍ଷୀୟ ଯୁବତୀ ପୋଲିସ ଷ୍ଟେସନକୁ ହାତରେ ଏକ ନୀଳ ରଙ୍ଗର ସୁଟକେସ ଧରି ଆସିଥିଲେ । ପୋଲିସ ଅଧିକାରୀ କିଛି ପଚାରିବା ପୂର୍ବରୁ ଯୁବତୀ ଜଣକ ସବୁକିଛି କହିବା ଆରମ୍ଭ କରିଦେଇଥିଲେ । ଯୁବତୀଙ୍କ ଘର କୋଲକତାରେ ହୋଇଥିବା ବେଳେ ବିବାହ ପରେ ସ୍ବାମୀଙ୍କ ସହ ବେଙ୍ଗାଲୁରୁରେ ରହୁଥିଲେ। ତାଙ୍କ ନିକଟରେ ତାଙ୍କ ଶାଶୁ ଓ ମା’ ମଧ୍ୟ ରହୁଥିଲେ। ହେଲେ ବିଭିନ୍ନ କାରଣରୁ ତାଙ୍କର ନିଜ ମା’ଙ୍କ ସହ ସମ୍ପର୍କ ଭଲ ନ ଥିଲା। ଏପରିକି ଉଭୟ ମା’ ଝିଅଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ଲାଗୁଥିଲା । ଏଥିରେ ଅତିଷ୍ଠ ହୋଇ ଯୁବତୀ ଜଣକ ଘଟଣାଦିନ ନିଜ ବେଡରୁମରେ ୭୦ ବର୍ଷୀୟ ମା’କୁ ୯୦ଟି ନିଦ ବଟିକା ଦେଇଥିଲେ । ତେବେ ବୃଦ୍ଧା ଜଣକ ପେଟ ଯନ୍ତ୍ରଣା ହେବା କହିବାରୁ ଧାରୁଆ ଅସ୍ତ୍ରରେ ମା’ଙ୍କୁ ହତ୍ୟା କରିଥିଲେ ଯୁବତୀ।
ମା’କୁ ମାରି ମୃତଦେହକୁ ସୁଟକେସରେ ଧରି ଥାନାରେ ପହଞ୍ଚିଲା ଝିଅ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











