କଟକ : ଗତକାଲି ଜଗତପୁର ଥାନା ପୋଲିସ ଦୁଇ ହାର୍ଡକୋର ଅପରାଧୀଙ୍କୁ ସାତବାଟିଆ କେନାଲ ରୋଡ଼ ନିକଟରୁ ଧରିବାରେ ସକ୍ଷମ ହୋଇଛନ୍ତି । ଧରାପଡିଥିବା ଅପରାଧୀ ଦୁଇଜଣ ହେଲେ ବିଜୟ ନାୟକ ଏବଂ ଦିବ୍ୟରଞନ ସେଠୀ । ଏହି ଦୁଇ ଅପରାଧୀ କୌଣସି ସ୍ଥାନରେ ଅପରାଧ ଘଟାଇବା ଉଦେଶ୍ୟରେ ଏକ ସ୍କୁଟି ଗାଡ଼ିରେ, କେନ୍ଦ୍ରାପଡାରୁ ଜଗତପୁର ଆସୁଥିବା ନେଇ କୌଣସି ସୂତ୍ରରୁ ଜଗତପୁର ପୋଲିସକୁ ଖବର ମିଳିଥିଲା । ଏନେଇ ଜଗତପୁର ପୋଲିସ ଏମାନଙ୍କୁ ଧରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା । ଉକ୍ତ ଦୁଇ ଅପରାଧୀ ସାତବାଟିଆ କେନାଲ ରୋଡ ନିକଟରରେ ପହଞ୍ଚିବାରୁ ପୋଲିସ ଦୁଇ ଅପରାଧୀଙ୍କୁ ତଲାସୀ କରିବାରୁ ସେମାନଙ୍କ ନିକଟରୁ ୩ ଗୋଟି ବନ୍ଧୁକ ୧୨ଟି ଜୀବନ୍ତ ଗୁଳି ଜବତ କରିଥିଲା । ଧରାପଡିଥିବା ଏ ଦୁଇ ଜଣ ଅପରାଧୀଙ୍କ ନାଁରେ କେନ୍ଦ୍ର।ପଡା , ଜଗତସିଂହପୁର, ଜଗତପୁର, ଚାଉଳିଆଗଞ୍ଜ ଥାନା ରେ ବିଭିନ୍ନ ଅପରାଧିକ ମାମଲ ରହିଛି. । ବିଜୟ ନାୟକ ସୁଲେମାନ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା କଥା ଅତିରିକ୍ତ ଡିସିପି ଅନିଲ ମିଶ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।
ଧରାପଡିଲେ ଦୁଇ ହାର୍ଡକୋର ଅପରାଧୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୩ ଦିନ ପରେ ରାଜ୍ୟକୁ ଫେରିବ ଶୀତ
ଭୁବନେଶ୍ୱର : ବାତ୍ୟା ଡିଟୱାର ସିଧା ସଳଖ ପ୍ରଭାବ ଓଡ଼ିଶା ଉପରେ ନାହିଁ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା...
ରାସ୍ତା ମଝିରେ ଜଳିଗଲା ହାଇୱା
ଘଟଗାଁ : ରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ହାଇୱା । କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଟାଙ୍ଗରିଆପାଳ ଗାଁ ନିକଟରେ ଏକ ହାଇୱାରେ ନିଆଁ ଲାଗିଯାଇଥିଲା...
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...











