The Ultimate Managed Hosting Platform
ADVERTISEMENT

୪ ଦିନ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ

Facebook
Twitter
LinkedIn

ଭୁବନେଶ୍ୱର : ୩ ରୁ ୪ ଦିନ ଯାଏଁ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନା । ଭୀଷଣରୁ ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା । ପରବର୍ତ୍ତୀ ସମୟରେ ତାପମାତ୍ରା ସାମନ୍ୟ ତଳକୁ ଖସିବା ସମ୍ଭାବନା ।
ସେପଟେ ସ୍ୱାଭାବିକ ଠାରୁ ଢେର ଅଧିକ ରହିବ ତାତି । ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହକୁ ନେଇ ପାଣିପାଗ କେନ୍ଦ୍ରର ସୂଚନାରୁ ସ୍ପଷ୍ଟ । ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ୫ ରୁ ୮ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ଗୋଟେପଟେ ଭୀଷଣ ଗରମ ସାଙ୍ଗକୁ ଗୁଳୁଗୁଳି ଅନ୍ୟପଟେ ଅଘୋଷିତ ବିଦ୍ୟୁତ କାଟ । ଖରା ତାତି ଯେତିକି କଷ୍ଟ ଦେଉଛି, ତାକୁ ବଳି ଯାଉଛି ପାୱାର୍ କଟ୍ । କିଛି ସ୍ଥାନରେ ଘଣ୍ଟା ଘଣ୍ଟା ଯାଉଛି ଲାଇନ୍ । କେଉଁଠି ରାତିରେ କଟୁଛି ଯେ ସକାଳେ ଯାଇ ଆସୁଛି । ରାତିରେ ଶାନ୍ତିରେ ଟିକେ ଶୋଇ ପାରୁ ନାହାନ୍ତି ଲୋକ । ବର୍ଷା ପବନ ହେଲେ କଥା ସରିଲା । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଏମିତି ସ୍ଥିତି । ପାୱାର କଟକୁ ନେଇ ତେଜୁଛି ଜନ ଅସନ୍ତୋଷ । ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ଵାର ଉପରେ ରାଗ ସୁଝାଇବା ଆରମ୍ଭ କରି ଦେଲେଣି ଉପଭୋକ୍ତା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘରେ ଜଳିଗଲେ ଯୁବତୀ : ଏଏସଆଇଙ୍କୁ ବଦଳି

ଘରେ ଜଳିଗଲେ ଯୁବତୀ : ଏଏସଆଇଙ୍କୁ ବଦଳି

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇରେ ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣା । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି । ଏଏସଆଇଙ୍କୁ...

ADVERTISEMENT
ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ । ଖଣ୍ଡପଡାଗଡର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ । ଭୁବନେଶ୍ୱରର ଏକ ଘରୋଇ...

Login