କଟକ : କଟକ ଏସସିବିରେ ୩ କେନ୍ଦ୍ରମନ୍ତ୍ରୀ । ଅଶ୍ୱିନୀ ବୈଷ୍ଣବ , ମନସୁଖ ମାଣ୍ଡଭୀୟ , ଧର୍ମେନ୍ଦ୍ର ପ୍ରଧାନ । ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ସହ ସମସ୍ତ ବ୍ୟବସ୍ଥା ତଦାରଖ କରୁଛନ୍ତି ।
ସେପଟେ ବାହାନଗାରେ ଦୁର୍ଘଟଣାଗ୍ରସ୍ତ ରେଲେଓ୍ଵ ଲାଇନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ । ଲାଇନଚ୍ୟୁତ ହୋଇଥିବା ୨୧ଟି ବଗିକୁ ହଟାଇ ଦିଆଯାଇଛି । ଟ୍ରାକ୍ ଏବଂ ଓଭରହେଡ୍ ଲାଇନ୍ ମରାମତି କାର୍ୟ୍ୟ ଚାଲିଛି। ଏହି ରୁଟରେ ରେଳ ଚଳାଚଳକୁ ପୁଣି ଥରେ ସ୍ୱାଭାବିକ କରିବା ପାଇଁ ଅହୋରାତ୍ର ଚାଲିଛି କାମ । କାମରେ ଲାଗିଛନ୍ତି ହଜାରେରୁ ଅଧିକ କର୍ମଚାରୀ ଓ ଶ୍ରମିକ । ଆସନ୍ତା ବୁଧବାର ସକାଳ ସୁଦ୍ଧା ଏହି ବାଟରେ ଟ୍ରେନ୍ ଚଳାଚଳକୁ ସ୍ବାଭାବିକ କରାଯିବା ଦିଗରେ ପଦକ୍ଷେପ ନିଆଯାଇଛି। ଘଟଣାସ୍ଥଳରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ଆଜି ସକାଳେ ବି ଉପସ୍ଥିତ ଥିଲେ।
Views: 101