The Ultimate Managed Hosting Platform
ADVERTISEMENT

କଟକରେ ପୁଣି ନକଲି କାରବାର ; ଏଥର ଧରା ପଡ଼ିଲା ନକଲି ସିମେଣ୍ଟ କାରଖାନା, ୪ ଟି ବ୍ରାଣ୍ଡର ସିମେଣ୍ଟ ପ୍ରସ୍ତୁତ ହେଉଥିଲା

Facebook
Twitter
LinkedIn

କଟକ: ସିଲଭର ସିଟି କଟକ ଏବେ ଭେଜାଲ ବା ନକଲି କାରବାରର ପେଣ୍ଠ ସ୍ଥଳି ପାଲଟିଛି । ଦିନକୁ ଦିନ ବିଭିନ୍ନ ପ୍ରକାର ନକଲି ସାମଗ୍ରୀର ବ୍ୟବସାୟ ହେଇଥିବା ଏଠାରେ ଦେଖିବାକୁ ମିଳୁଛି । ପ୍ରଥମେ ଘିଅ, ଖାଇବା ତେଲ, ଜର୍ଦା ଓ ସସ୍ ପରେ ଆଜି ନକଲି ସିମେଣ୍ଟ ଗୋଦାମରେ ଚଢ଼ାଉ ହୋଇଛି ।

କଟକ ପୀର ବଜାର ଚମ୍ପତ୍ତି ଠାରେ ଏହି ନକଲି ସିମେଣ୍ଟ କାରଖାନା ରହିଛି । ଏହି ନକଲି କାରଖାନା ବାବଦରେ ଖବର ପାଇ ଆଜି କଟକ କମିସନରେଟ ପୋଲିସ୍ ଅଚାନକ ଚଢ଼ାଇ କରିଛି । ସେହି ସିମେଣ୍ଟ କାରଖାନାରେ ୪ଟି ବ୍ରାଣ୍ଡର ସିମେଣ୍ଡ ପ୍ରସ୍ତୁତ ହେଉଥିବା ଜଣା ପଡ଼ିଛି । ଏହି ନକଲି ସିମେଣ୍ଡ ପ୍ୟାକିଂ ପାଇଁ ବ୍ରହ୍ମପୁରକୁ ବ୍ରାଣ୍ଡ ଜରି ଆସୁଥିଲା । ଏଠାରେ ମୁଣ୍ଡା ଓ ନଷ୍ଟ ହୋଇଯାଉଥିବା ସିମେଣ୍ଟକୁ ଗୁଣ୍ଡ କରି ସେହି ପ୍ୟାକେଟରେ ଭର୍ତ୍ତି କରାଯାଇ ବିକ୍ରି ପାଇଁ ବଜାରକୁ ଛଡ଼ା ଯାଉଥିଲା । ଏହି ଦୁଇଟି ଗୋଦାମରୁ ଏକ ହଜାରରୁ ଅଧିକ ନକଲି ସିମେଣ୍ଟ ଜବତ କରିବା ସହ ଜଣକୁ ଗିରଫ କରିଛିି କମିସନରେଟ ପୋଲିସ । ତେବେ ଏହି ମୁଣ୍ଡା ସିମେଣ୍ଟ କେଉଁଠାରୁ ଆସୁଥିଲା ଓ ଏଥିରେ ଆଉ କେତେଜଣ ସାମିଲ ଅଛନ୍ତି ସେ ନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି ।

ତେବେ କଟକରୁ ଏକାଧିକ ନକଲି ସାମଗ୍ରୀର କାରଖାନା ଠାବ ହୋଇଥିବା ବେଳେ, ତଥାପି ଏହି ବେଆଇନ କାରବାର ରୋକିବାରେ ଜିଲ୍ଲା ପ୍ରଶାସନ କାହିଁକି ସକ୍ଷମ ହୋଇପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

ADVERTISEMENT
ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

Login