The Ultimate Managed Hosting Platform
ADVERTISEMENT

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ବାଲେଶ୍ୱର ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ବାଲେଶ୍ୱର : ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପରେ ହସ୍ପିଟାଲରେ ପହଁଚିଲେ । ଆହତ ଯାତ୍ରୀଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ । ଏଥିସହ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଛନ୍ତି। ଘଟଣସ୍ଥଳରେ ରେଳୱେ ବୋର୍ଡ ଅଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଅଗ୍ନିଶମ DG, ପରିବହନ କମିଶନର , SRC, ରାଜସ୍ବ ମନ୍ତ୍ରୀ ଉପସ୍ଥିତ ଥିଲେ ।
କିଛି ସମୟ ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣା ସ୍ଥଳରେ ପହଞ୍ଚି ପୁରା ଘଟଣାର ସ୍ଥିତି ଅନୁଧ୍ୟାନ କରି ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନ ପରେ ଏପରି ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଏହି ଦୁର୍ଘଟଣାରୁ ବର୍ତ୍ତି ଗୁରୁତର ହୋଇଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ସହ ଉପଯୁକ୍ତ ଚିକିତ୍ସା ଯୋଗାଇବା ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି।

https://twitter.com/Naveen_Odisha/status/1664677342319345686?s=20

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login