The Ultimate Managed Hosting Platform
ADVERTISEMENT

ଟ୍ରାଭେଲ୍ ବ୍ୟାଗ୍ରୁ ମିଳିଲା ଯୁବତୀଙ୍କ ମୁଣ୍ଡବିହୀନ ଶରୀର

Facebook
Twitter
LinkedIn

ମୁମ୍ବାଇ : ମହାରାଷ୍ଟ୍ରର ଭାୟନ୍ଦରରୁ ଜଣେ ଯୁବତୀଙ୍କ ମୁଣ୍ଡବିହୀନ ଶରୀର ମିଳିଛି। ଭାୟନ୍ଦରର ପଶ୍ଚିମ ଉତ୍ତାନ୍ ଅଞ୍ଚଳରେ ସମୁଦ୍ର କୂଳରେ ଏକ ମୁଣ୍ଡବିହୀନ ଶରୀର ପଡ଼ିଥିବା ପୋଲିସକୁ ସୂଚନା ମିଳିଥିଲା। ମୃତଦେହଟି ଏକ ଟ୍ରାଭେଲ୍ ବ୍ୟାଗ୍ରେ ରହିଥିଲା। ଆଜି ସକାଳ ପ୍ରାୟ ୮ଟାରେ ପୋଲିସ ମୃତଦେହକୁ ଜବତ କରିଛି। ମୁଣ୍ଡବିହୀନ ଶରୀର ପଡ଼ିଥିବାର ଖବର ପାଇବା ପରେ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂଚନା ମୂତାବକ, ବ୍ୟାଗ୍ରେ ଥିବା ମୃତ ଯୁବତୀଙ୍କ ବୟସ ପ୍ରାୟ ୨୫ ବର୍ଷ ହେବ। ମୃତଦେହର ମୁଣ୍ଡ ନ ଥିବାବେଳେ ଶରୀରକୁ ଦୁଇ ଭାଗ କରାଯାଇଛି। ଦୁଇ ଗୋଡ଼ ବନ୍ଧା ହୋଇଛି। ବ୍ୟାଗ୍ରେ ମେକ୍ଅପ କିଟ୍ ସହ ମୃତଦେହ ହାତରେ ତ୍ରିଶୂଳ ଏବଂ ଓଁ ଚିହ୍ନ ଥିବା ଦେଖିବାକୁ ମିଳିଛି।ଲାଲ୍ ରଙ୍ଗର ରକ୍ଷାସୂତ୍ର ଡାହାଣ ହାତରେ ବନ୍ଧା ହୋଇଥିବା ବେଳେ ବାମ ହାତରେ ଧଳା ରଙ୍ଗର ଏକ କଡା ମଧ୍ୟ ରହିଛି। ତେଣୁ ଏଥିରୁ ଯୁବତୀ ଜଣକ ହିନ୍ଦୁ ବୋଲି ଅନୁମାନ କରାଯାଉଛି। ତେବେ ମୃତଦେହ ଥିବା ବ୍ୟାଗ୍ଟି ପାଣିରେ ଭାସି ଆସିଛି ନା ଏହାକୁ କିଏ ଆଣି ଏଠାରେ ଫିଙ୍ଗିଛି, ତାହା ପୋଲିସ ତଦନ୍ତ କରୁଛି। ମୃତ ଯୁବତୀ ଲାଲ୍ ରଙ୍ଗର ଟି-ଶାର୍ଟ ଏବଂ ସବୁଜ ରଙ୍ଗର ଲେଗିନ୍ସ ପିନ୍ଧିଛନ୍ତି। ଯଦି କେହି ଯୁବତୀଙ୍କୁ ଚିହ୍ନଟ କରନ୍ତି, ତା’ ହେଲେ ତୁରନ୍ତ ଯୋଗାଯୋଗ କରିବାକୁ ପୋଲିସ କହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login