The Ultimate Managed Hosting Platform
ADVERTISEMENT

ରାଉରକେଲାରୁ ଉଦ୍ଧାର ହେଲା ଚୀନର ଗୁଇନ୍ଦା ପାରା

Facebook
Twitter
LinkedIn

ରାଉରକେଲା: ଓଡ଼ିଶାରେ ପହଞ୍ଚିଛି ଆସି ଚୀନର ଗୁଇନ୍ଦା ପାରା । ଏହି ପାରାଟିକୁ ରାଉରକେଲା କାଂଶବାହାଲରୁ ଉଦ୍ଧାର କରାଯାଇଛି । ଏହି ପାରାଟି ସାଧାରଣ ପାରା ଠାରୁ ବେସ ବଡ଼ ଦେଖାଯାଉଥିବା ବେଳେ, ପାରା ଗୋଡ଼ରେ ଚୀନର ଏକ ଟ୍ୟାଗ ଲାଗିଛି । ଯେଉଁଥିରେ ଚୀନ ଭାଷାର କିଛି ଲେଖା ଥିବା ବେଳେ ନିର୍ଦ୍ଧିଷଟ ସିରିଏଲ ନମ୍ବର ମଧ୍ୟ ଲେଖା ରହିଛି । ତେଣୁ ଏହି ପାରାକୁ ଚୀନର ଗୁଇନ୍ଦା ପାରା ବୋଲି କୁହାଯାଉଛି ।

ତେବେ ପାରାଟି ଏତେ ଦୂର ଚୀନରୁ ଏଠାକୁ କିପରି ଆସିଲା ଏବଂ ତାହା ଗୋଡ଼ରେ ଲାଗିଥିବା ଟ୍ୟାଗଟି ଏକ ଟ୍ରାକର ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଏହି ପାରାକୁ ଗୁପ୍ତଚର ହିସାବରେ ବ୍ୟବହାର କରାଯାଇ ଥାଇପାରେ ବୋଲି ମଧ୍ୟ ସନ୍ଦେହ ଉପୁଜିଛି ।

ଏହି ପାରାଟିକୁ ପ୍ରଥମେ କାଂଶବାହାଲର ସର୍ବେଶ୍ୱର ଛୋଟରାୟ ଦେଖିଥିଲେ । ପାରାଟି ତାଙ୍କ ଘରେ ଆସି ବସିଥିଲା । ଅନ୍ୟ ପାରାଙ୍କ ଠାରୁ ଏହା ବଡ଼ ଦେଖାଯାଉଥିବା ବେଳେ ତା ଗୋଡ଼ର ଟ୍ୟାଗକୁ ଦେଖି ସର୍ବେଶ୍ୱର ତାକୁ ଖାଇବାକୁ ଦେଇ ନିଜ ପାଖରେ ରଖିଥିଲେ । ପରେ ଏହି ଚୀନ ଟ୍ୟାଗ ଦେଖି ସନ୍ଦେହ ହେବାରୁ ପୋଲିସ୍ ଖବର ଦେଇଥିଲେ । ଚୀନର ଏହି ପାରାଟିକୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ଭିଡ଼ ଜମାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login