The Ultimate Managed Hosting Platform
ADVERTISEMENT

ସୀତାମଢ଼ିରେ ଜିଅନ୍ତା ଜଳିଗଲେ ୬ ବର୍ଷର ବାଳିକା ଓ ମୂକବଧିର ଯୁବକ

Facebook
Twitter
LinkedIn

ପାଟନା : ବିହାରର ସୀତାମଢ଼ିରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ହୋଟେଲରେ ଏକାବେଳେ ୬ଟି ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବରରୁ ଜଣାପଡ଼ିଛି ଯେ ୨୨ ନମ୍ବର ଜାତୀୟ ରାଜପଥର ବରିୟାରପୁର ଫୋରଲେନ ଚୌକ ନିକଟସ୍ଥ ହୋଟେଲରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ବୁଧବାର ବିଳମ୍ବିତ ରାତିରେ ହୋଟେଲରେ ସିଲିଣ୍ଡର ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ସଂସ୍ପର୍ଶରେ ଆସି ପାଖରେ ଥିବା ୭ ଦୋକାନ ଜଳି ଛାରଖାର ହୋଇଯାଇଛି। ସେହିପରି ଅଗ୍ନିକାଣ୍ଡରେ ଦୋକାନରେ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଦୋକାନରେ ଶୋଇଥିବା ଜଣେ ମୂକବଧିର ଯୁବକ ଏବଂ ୬ ବର୍ଷର ବାଳିକା ଜୀବନ୍ତ ଜଳିଯାଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login