ନୂଆଦିଲ୍ଲୀ : ୫ମ ଥର ପାଇଁ ଚାମ୍ପିଅନ ହୋଇଛି ସିଏସକେ । ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ୍ ୨୦୨୩ ଟାଇଟଲ ଜିତିସାରିଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ୫ ୱିକେଟରେ ଗୁଜରାଟ ଟାଇଟନ୍ସକୁ ହରାଇଛି । ଶେଷ ଦୁଇ ବଲରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଡେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଆଉ ଚେନ୍ନାଇ ଜିତିବା ପରେ ଜାଡେଜା ଧୋନିଙ୍କ ପାଖକୁ ଦୌଡି ଯାଇଥିଲେ । ଆଉ ଧୋନି ଜାଡେଜାଙ୍କୁ କୋଳରେ ଉଠାଇ ନେଇଥିଲେ । ଏହାକୁ ଦେଖି ଭାବୁକ ହୋଇଯାଇଥିଲେ ଫ୍ୟାନ୍ସ । ଜାଡେଜାଙ୍କ ପାଇଁ ଏହି ଶେଷ ମ୍ୟାଚଟି ଜିତି ପୁଣି ଥରେ ଚାମ୍ପିଅନ ହୋଇଛି ସିଏସକେ । ଆୁ ସିଏସକେ ବିଜୟୀ ହେବା ପରେ ଭାବୁକ ହୋଇଯାଇଥିଲେ ଧୋନୀ । ଆଇପିଏଲ ୨୦୨୩ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା । ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ୨୧୪ ରନ୍ କରିଥିଲା । ତେବେ ଚେନ୍ନାଇ ଗୋଟେ ଓଭର ଖେଳିଥିବା ବେଳେ ବର୍ଷା ବାଧା ସୃଷ୍ଟି କରିବାରୁଊଖଝ ନିୟମ ଅନୁଯାୟୀ ୧୫ ଓଭରରେ ୧୭୧ ରନ୍ କରିବାର ଥିଲା । ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଆକ୍ରାତ୍ମକ ବ୍ୟାଟିଂ ପାୱାରପ୍ଲେ ୪ ଓଭରରୁ ୫୨ ରନ୍ କରିଥିଲେ । ହେଲେ ଗୁଜରାଟ ବୋଲର ନୂର ଅହମ୍ମଦଙ୍କ ଗୋଟିଏ ଓଭରରେ ଦୁଇ ବ୍ୟାଟରଙ୍କୁ ଆଉଟ୍ କରି ବଡ଼ ସଫଳତା ଦେଇଥିଲେ। କନେଓ୍ଵ ୨୫ ରନ୍, ଶିବମ ଦୁବେ ୩୨ ରନ୍, ଜାଡୋଜା ୬ ବଲରେ ୧୫ ରନ୍ କରିଥିଲେ । ଅମ୍ବାତି ରାୟୁଡୁ ମଧ୍ୟ ୧୯ ରନ ଏବଂ ରାହାଣେ ୨୭ ରନ କରିଥିଲେ ।
ଜାଡେଜାଙ୍କୁ କାଖେଇ ପକାଇଲେ ଧୋନି, ଭାବୁକ ହୋଇପଡିଲେ ଫ୍ୟାନ୍ସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











