ନୂଆଦିଲ୍ଲୀ : ଇସ୍ରୋ ପକ୍ଷରୁ ଅତ୍ୟାଧୁନିକ ନାଭିଗେସନ ସାଟେଲାଇଟ ଉତକ୍ଷେପଣ । GSLV-F12 ଜରିଆରେ NVS-01 ର ସାଟେଲାଇଟ ଉତକ୍ଷେପଣ । ଉତକ୍ଷେପଣ ସଫଳ ହୋଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ।
GSLV-F12 ର ନାଭିଗେସନ ସାଟେଲାଇଟ ଏନଭିଏସ-୦୧ ସଫଳତା ସହିତ ସ୍ଥାପିତ କରାଯାଇଥିଲା । ଏହି ସାଟେଲାଇଟ ଭାରତ ଏବଂ ମୁଖ୍ୟ ଭୂମିର ପାଖାପାଖି ୧୫୦୦ କିଲୋମିଟର ଅଞ୍ଚଳର ସମସ୍ତ ସ୍ଥିତି ଏବଂ ସମୟ ସମ୍ବନ୍ଧୀୟ ସେବା ପ୍ରଦାନ କରିବ । ଇସ୍ରୋ ଏହା ମଧ୍ୟ କହିଛି, ଲଞ୍ଚ ହେବାର ୨୦ ମିନିଟ ପରେ ରକେଟ ପାଖାପାଖି ୨୫୧ କିଲୋମିଟର ଉଚ୍ଚରେ ଭୌଗଳିକ ସ୍ଥାନାନ୍ତର କକ୍ଷପଥ ରେ ଉପଗ୍ରହ ସ୍ଥାପିତ କରିବ । ଏଲ୧, ଏଲ୫ ଏବଂ ଏସ ବ୍ୟାଣ୍ଡ ଉପକରଣ ସହିତ ଏନଭିଏସ- ୦୧ଲଞ୍ଚ ହୋଇଛି ।
ଇସ୍ରୋର ପ୍ରମୁଖ ଡା. ଏସ ସୋମନାଥ କହିଛନ୍ତି ଯେ ସେମାନେ ୭ ପୁରୁଣା ନାଭିକ ସାଟେଲାଇଟ ଦ୍ୱାରା କାର୍ୟ୍ୟ ଚଳାଇଥିଲେ । କିନ୍ତୁ ସେଥି ମଧ୍ୟରୁ ମାତ୍ର ୪ଟି କାମ କରୁଥିଲା ଏବଂ ୩ଟି ଖରାପ ହୋଇ ଯାଇଥିଲା । ଯଦି ୩ଟି ସାଟେଲାଇଟକୁ ବଦଳା ଯାଇଥାନ୍ତା ସେହି ସମୟରେ ଅନ୍ୟ ୪ଟି ଖରାପ ହୋଇଯାଇଥାନ୍ତା । ଏଥି ପାଇଁ ସେମାନେ ପାଞ୍ଚ ନେକ୍ସ୍ଟ ଜେନେରେସନ ନାଭିକ ସାଟେଲାଇଟ ଏନଭିଏସକୁ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ ।
ନାଭିଗେସନ ସାଟେଲାଇଟ ଉତକ୍ଷେପଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...