The Ultimate Managed Hosting Platform
ADVERTISEMENT

ପୁରୀରେ ପହଞ୍ଚି ଶ୍ରୀ ଜିଉଙ୍କୁ ଦର୍ଶନ କଲେ ନୂଆ ପୋଲିସ୍ ଡିଜି ସୁନୀଲ ବଂଶଲ

Facebook
Twitter
LinkedIn

ପୁରୀ: ନବ ନିଯୁକ୍ତ ପୋଲିସ ଡିଜି ସୁନୀଲ ବଂଶଲ ଆଜି ପତ୍ନୀଙ୍କ ସହ ପୁରୀରେ ପହଞ୍ଚି ଶ୍ରୀ ଜୀଉଙ୍କୁ ଦର୍ଶନ କରିଛନ୍ତି । ଗତ ୩୧ ତାରିଖରେ ସେ ପୋଲିସ୍ ଡିଜି ଭାବେ ଦାୟିତ୍ୱ ନେଇଥିଲେ । ଦାୟିତ୍ୱ ନେବା ପରେ ଆଜି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ତାଙ୍କର ବହୁ ଦିନର ଆଶା ପୁରଣ ହୋଇଥିବା କହିଛନ୍ତି ବଂଶଲ ।

ପୋଲିସ୍ ଡିଜି ଭାବେ ଦାୟିତ୍ୱ ନେବା ପରେ ଅପରାଧମକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦିଆ ଯାଉଥିବା ବେଳେ, ରାଜ୍ୟରେ ଧଳା ଜହର କାରବାରକୁ ରୋକିବାକୁ ସରକାର ବେଶି ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି ।

ନୂଆ ବର୍ଷ ଉପଲକ୍ଷେ ଭିଡ଼ ଆଶଙ୍କାରେ ଭକ୍ତଙ୍କ ପାଇଁ ଦୁଇଦିନ ଶ୍ରୀମନ୍ଦିର ବନ୍ଦ ରଖିଥିଲା ପ୍ରଶାସନ । ତେବେ ଦୁଇ ଦିନ କଟକଣା ଓ ରବିବାର ପରେ ଆଜି ଶ୍ରୀମନ୍ଦିର ଖୋଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login