The Ultimate Managed Hosting Platform
ADVERTISEMENT

ମନ୍ଦିରକୁ ଚିରା ଜିନ୍ସ ପିନ୍ଧି ଯିବା ମନା , କେଉଁ ମନ୍ଦିରରେ ନିୟମ ଲାଗୁ ହେଲା ଜାଣନ୍ତୁ ..

Facebook
Twitter
LinkedIn

ନୂଆଦିଲ୍ଲୀ : ଚିରା ଜିନ୍ସ ପନ୍ଧିଲେ ମନ୍ଦିର ଯିବା ମନା । ମହାରାଷ୍ଟ୍ରର ନାଗପୁରରେ ଅବସ୍ଥିତ ୪ ପ୍ରମୁଖ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି । ଏହି ନିୟମ ଅନୁସାରେ ମନ୍ଦିରରେ ପ୍ରବେଶ କରିବା ପାଇଁ ସମସ୍ତ ଶରୀର ବସ୍ତ୍ରରେ ବନ୍ଦ ରହିବା ଉଚିତ । ଏହା ସହିତ ଯଦି କେହି ଅଶୋଭନୀୟ ବସ୍ତ୍ର ପରିଧାନ କରିଥିବାର ନଜର ଆସିବେ ତାଙ୍କୁ ମନ୍ଦିରରେ ପ୍ରବେଶ ନିଷେଧ ରହିବ । ଏହି ନିଷ୍ପତ୍ତି ମହାରାଷ୍ଟ୍ର ମନ୍ଦିର ମହସଂଘ ତରଫରୁ ନିଆଯାଇଛି । କୌଣସି ପୁରୁଷ ବା ମହିଳା ଏଭଳି ବସ୍ତ୍ର ପରିଧାନ କରି ମନ୍ଦିର ଭିତରକୁ ଆସି ପାରିବେ ନାହିଁ ବୋଲି ମହାସଂଘ କହିଛି । ଏହା ଦ୍ୱାରା ମନ୍ଦିରର ପ୍ରସିଦ୍ଧି ଉପରେ ପ୍ରଭାବ ପଡ଼ୁଛି ଏବଂ ଏହା ଭାରତୀୟ ସଂସ୍କୃତି ଉପରେ ମଧ୍ୟ ପ୍ରଭାବ ପକାଉଛି । ଏହି ନିଷ୍ପତ୍ତି ପରେ ନାଗପୁରର ୪ ମନ୍ଦିରରେ ନିର୍ଦ୍ଦିଷ୍ଟ ବସ୍ତ୍ର ପରିଧାନର ନିୟମ ଲାଗୁ କରାଯାଇଛି । ଅଙ୍ଗ ପଦର୍ଶନ କରୁଥିବା ଭଳି ବସ୍ତ୍ର ପରିଧାନ କରି ଆସୁଥିବା ଭକ୍ତ ମାନଙ୍କୁ ନୋ ଏଣ୍ଟ୍ରି ନିୟମ ଲାଗୁ କରାଯାଇଛି । ମନ୍ଦିର ସମ୍ମୁଖରେ ଥିବା ଗେଟ ନିକଟରେ ଥିବା ସୂଚନା ବୋର୍ଡରେ ବସ୍ତ୍ର ସମ୍ବନ୍ଧୀୟ ନିୟମ ଲେଖାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login